କଟକ ବାଲିସାହି ଧାନବିଲ ଭିତରୁ ବିରଳ ପକ୍ଷୀ ଉଦ୍ଧାର
29/10/2018 at 12:15 PM

କଟକ ୨୯/୧୦: କଟକ ଜିଲ୍ଲା ବାଲିସାହି ଧାନବିଲ ଭିତରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଛି।କୈାଣସି କାରଣବଶତଃ ପକ୍ଷୀଟି ଆହତ ଅବସ୍ଥାରେ ଧାନବିଲରେ ପଡିଥିବା ଅବସ୍ଥାରେ ସ୍ଥାନୀୟ ଲୋକମାନେ ଦେଖିଥିଲେ ।ପକ୍ଷୀଟିକୁ ସ୍ଥାନୀୟ ଅଞ୍ଚଳର ହେମନ୍ତ କୁମାର ଦାଶ ଉଦ୍ଧାର କରିଥିଲେ।ପାରିପାର୍ଶ୍ବିକ ଅବସ୍ଥାରୁ ଯାହା ଜଣାପଡିଛି ପକ୍ଷୀ ଟି ଏକ ବିଦେଶୀ ପକ୍ଷୀ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି।ଏ ନେଇ ସ୍ଥାନୀୟ ଲୋକ ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ସେମାନେ ଗଣମାଧ୍ୟମଙ୍କ ସହ ଯୋଗାଯୋଗ ଲୋଡିଛନ୍ତି।ପକ୍ଷୀ ଟିକୁ ଉଦ୍ଧାର ପାଇଁ ଗଣମାଧ୍ୟମ ଜରିଆରେ ଜଙ୍ଗଲ ବିଭାଗକୁ ଅନୁରୋଧ କରିଛନ୍ତି।ଏହି ବିଦେଶୀ ପକ୍ଷୀ କୁ ଯଦି ଉଦ୍ଧାର କରାନଯାଏ ତେବେ ପକ୍ଷୀ ଟି ନିଶ୍ଚୟ ମୃତ୍ୟୁ ମୁଖରେ ପଡ଼ିବ।
Related Posts
ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ
17 August 2022
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ
17 August 2022