suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଉଦ୍ଧାର ହେଲା ବିରଳ ସାପ, ଦେହର ରଙ୍ଗ ସମ୍ପୂର୍ଣ୍ଣ ଧଳା

24/08/2020 at 11:38 AM

ରାଜକନିକା ୨୪।୮: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ ଲମ୍ବର  ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ତପନ ଜେନା ଦେଖିଥିଲେ ।

ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ । ତେଣୁ କୌତୁହଳ ବଶତଃ ଏକ ବାଡି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରେଇ ଦେଇଥିଲେ । ସାପର କିଛି ଫଟୋକୁ ତପନ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇ ସାପଟିକୁ ଚିହ୍ନିବା ପାଇଁ କହିଥିଲେ । ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପଟି ଲିଉସିଷ୍ଟିକ ଚିତି ବା Leucistic common krait ବୋଲି ଚିହ୍ନଟ କରିଥିଲେ ।

ଶୁଭେନ୍ଦୁଙ୍କଠାରୁ ନିର୍ଦେଶ ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ନଳିନୀ ପ୍ରସାଦ ଦାସ ରାଜକନିକା ଗ୍ରାମରେ ପହଞ୍ଚି ସେହି ସାପଟିକୁ ଉଦ୍ଧାର କରିଥିଲେ । ସାପଟିକୁ ଗାଁଠାରୁ ପ୍ରାୟ ୧୦ କି.ମି. ଦୂରରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ମାସ ୭ ତାରିଖରେ ସେଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅଞ୍ଚଳରୁ ଆଉ ଏକ ଲିଉସିଷ୍ଟିକ ଚିତି ସାପ ଉଦ୍ଧାର କରାଯାଇଥିଲା ।

   Related Posts