ମାଛୁଆଙ୍କ ଜାଲରେ ପଡିଲେ ୧୭ଟି ବିରଳ ମାଛ, ଚଢା ଦାମରେ କିଣିଲେ କୋଲକାତା ବ୍ୟବସାୟୀ

Published By : Prameya-News7 Bureau | December 11, 2023 IST

ପାରାଦୀପ ୧୧।୧୨ : ସମୁଦ୍ରରୁ ଧରାପଡିଲେ ୧୭ଟି ବିରଳ ତେଲିଆ ବୋରେହି ମାଛ । ପାରାଦୀପ ସମୁଦ୍ର କୂଳ ଠାରୁ ୨୦ କିମି ଦୂରରେ ଧରାପଡିଲେ ଏହି ବିରଳ ତେଲିଆ ବୋରେହି ମାଛ । ଶେଷରେ ଏହି ମାଛକୁ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।

wp:embed {"url":"https://www.prameyanews7.com/allah-and-muhammed-on-fish-in-bulandshahr-ajab-gajab-khabren/","type":"wp-embed","providerNameSlug":"prameya-news-7"}
https://www.prameyanews7.com/allah-and-muhammed-on-fish-in-bulandshahr-ajab-gajab-khabren/
/wp:embed

ଖବର ଅନୁଯାୟୀ, ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟ ଯୋଗୁଁ  ସମୁଦ୍ର କୂଳଠାରୁ ୨୦ ଫାଦାନ ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି। ତେଣୁ ବୋଟ ଗୁଡିକ ଗଭୀର ସମୁଦ୍ରରେ ମାଛ ଧରୁଛନ୍ତି । ନେହେରୁବଙ୍ଗଳା ମାଛ ଧରା ବନ୍ଦରରୁ ଯାଇଥିବା ପାର୍ବତୀ ନାମକ ବୋଟ ମାଛ ଧରୁଥିବା ବେଳେ ଜାଲରେ ପଡିଥିଲା ଏହି ମାଛ। ଏହି ମାଛର ଅନ୍ତ ମେଡିସିନ ପାଇଁ ବ୍ୟବହାର ହେଉଥିବାରୁ ଏହାର ଦର ଅଧିକ ବୋଲି ଜଣାପଡିଛି।

ରବିବାର ରାତିରେ ବୋଟଟି ପାରାଦୀପରେ ପହଞ୍ଚିବା ପରେ ମାଛ ଗୁଡିକୁ ନେହେରୁ ବଙ୍ଗଳାରୁ ଅଠରବାଙ୍କି ବାଲି ପ୍ଲଟ ଅଣାଯାଇ ନିଲାମ କରାଯାଇଥିଲା। କୋଲକାତାର ଏକ ମାଛ ବ୍ୟବସାୟୀ ଏହି ୧୭ଟି ମାଛକୁ ୨୫ ଲକ୍ଷ ଟଙ୍କାରେ ନିଲାମ କରିଛନ୍ତି। ମାଛକୁ ବର୍ତ୍ତମାନ ବରଫ ଦିଆଯାଇ ରଖାଯାଇଛି। ମାଛର ଅନ୍ତକୁ କଢି ପ୍ୟାକିଂ କରାଯାଇ ମେଡିସିନ ଲାବୋରଟୋରୀକୁ ପଠାଯିବ ଏବଂ ମାଛକୁ କୋଲକାତା ବଜାରରେ ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି।

wp:embed {"url":"https://www.prameyanews7.com/tripti-dimri-shares-parents-reaction-on-her-intimate-scenes/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tripti-dimri-shares-parents-reaction-on-her-intimate-scenes/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.