Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଜାଲରେ ପଡିଲା ୨କୁଇଣ୍ଟାଲ ଓଜନର ବିରଳ କଉ ମାଛ, ୩୮ ହଜାର ଟଙ୍କାରେ ନିଲାମ୍

17/02/2023 at 10:26 AM

ଭୋଗରାଇ ୧୭/୦୨: ଦୀଘା ମୁହାଁଣ ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୨କୁଇଣ୍ଟାଲ ଓଜନର ଏକ ବିରଳ ସାମୁଦ୍ରିକ କଉ ମାଛ ଦେଖିବାକୁ ମିଳିଛି । ଦୀଘା ସଂଲଗ୍ନ ସମୁଦ୍ରରୁ ଏକ ଟ୍ରଲରର ମତ୍ସ୍ୟଜୀବୀ ମାନେ ଏହି ମାଛଟିକୁ ଜାଲରେ ଧରିବା ପରେ ବିକ୍ରି ପାଇଁ ଏଠାକୁ ଆଣିଥିଲେ ।

ପଶ୍ଚିମବଙ୍ଗ କୋଲକାତାର ବସିରହାଟ ଅଞ୍ଚଳର ଏହି ମାଛ ବ୍ୟବସାୟୀ ୩୮ ହଜାର ଟଙ୍କା ନିଲାମରେ ଏହି ବିରାଟ କାୟ ମାଛଟିକୁ କିଣି ନେଇଥିବା ଜଣାପଡିଛି । ଏହି ବିରଳ ମାଛକୁ ଦେଖିବା ପାଇଁ ସେଠାରେ ପ୍ରବଳ ଜନଗହଳି ଲାଗିଥିଲା ।

ସୂଚନାଥାଉକି, ଗତ ୨୦୨୧ ଜୁଲାଇ ୨୮ ତାରିଖରେ ଏଠାରେ ଏଭଳି ଏକ ସାମୁଦ୍ରିକ କଉ ମାଛ ଦେଖିବାକୁ ମିଳିଥିଲା । ପାରାଦ୍ୱୀପ ନିକଟସ୍ଥ ସମୁଦ୍ରରୁ ଧରା ହୋଇ ଦୀଘା ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ବିକ୍ରି ହେବା ପାଇଁ ଆସିଥିଲା । ସେତେବେଳେ ଏହା ୩୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା ବେଳେ ଆଜିର ଏହି ସାମୁଦ୍ରିକ କଉ ମାଛଟି ୩୮ ହଜାର ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି ।

ବଙ୍ଗଳା ଭାଷାରେ ଏହାକୁ ‘ଭଲା କଉ’, ଓଡ଼ିଆ ଭାଷାରେ ‘ଦରିଆ ଭେକଟି’ ଓ ଇଂରାଜୀ ଭାଷାରେ ‘ରିକୋଟ’ ମାଛ ବୋଲି କୁହାଯାଏ । ଦୀଘା ସଂଲଗ୍ନ ସମୁଦ୍ରରେ ବିପୁଳ ପରିମାଣର ବିରଳ ମୂଲ୍ୟବାନ ମାଛ ଜାଲରେ ଧରା ହେଉଥିଲା ବେଳେ ବିଦେଶରେ ଏପ୍ରକାର ବିରଳ ସାମୁଦ୍ରିକ କଉ ମାଛର ଚାହିଦା ଅଧିକ ରହିଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ସୂଚନା ଦେଇଛନ୍ତି ।

   Related Posts