ନୂଆଦିଲ୍ଲୀ, ୩୧|୦୮: ଭାରତର ଏକ ତରକାରୀ ସର୍ବଦା ଚର୍ଚ୍ଚାରେ ରହିଥା ଏ । ଏହା ବିଶ୍ୱର ସବୁଠାରୁ ମହଙ୍ଗା ତରକାରୀ । ଏହାକୁ ଖାଇବାକୁ ହେଲେ ଆପଣଙ୍କୁ ବ୍ୟାଙ୍କରୁ ଲୋନ୍ ନେବାକୁ ପଡିବ । ଏହି ତରକାରୀ ନାଁ ଗୁଚ୍ଛି ତରକାରୀ। ଏହା ହିମାଳୟରେ ମିଳୁଥିବା ଜଙ୍ଗଲି ଛତୁର ଏକ ପ୍ରଜାତିରୁ ଏହାକୁ ପ୍ରସ୍ତୁତ କରାଯାଏ ।
ବଜାରରେ ଏହାକ ଦର କେଜି ପିଛା ୨୫ରୁ ୩୦ ହଜାର । ଗୁଚ୍ଛିନାମକ ଏହି ତରକାରୀକୁ ପ୍ରସ୍ତୁତ କରିବା ପାଇଁ ଡ୍ରାଏ ଫ୍ରୁଟସ୍, ପରିବା ଓ ଦେଶି ଘିଅ ଦରକାର । ଏହା ଭାରତର ଦୁର୍ଲଭ ତରକାରୀ । ଯାହାର ଚାହିଦା ବିଦେଶରେ ମଧ୍ୟ ରହିଛି । ଯଦି ଏହି ତରକାରୀ ଖାଇବାକୁ ପଡେ ତେବେ ବ୍ୟାଙ୍କରୁ ଲୋନ୍ ନେବାକୁ ପଡିବ ବୋଲି ଲୋକମାନେ ମଜାରେ କୁହନ୍ତି ।
ଗୁଚ୍ଛିରେ ଅନେକ ଔଷଧୀୟ ଗୁଣ ରହିଛି । ୩୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଏହି ଛତୁକୁ ସ୍ପଞ୍ଜ୍ ମସରୁମ୍ ମଧ୍ୟ କୁହାଯାଏ । ବରଫ ତରଳିବାର କିଛି ଦିନ ପରେ ଏହା ଫୁଟିଥାଏ । ପାହାଡ ଉପରେ ବିଜୁଳି ଓ ଘଡଘଡି ପ୍ରଭାବରେ ଏହା ଫୁଟିଥାଏ । ଫେବ୍ରୁଆରୀରୁ ଏପ୍ରିଲ ମାସ ମଧ୍ୟରେ ଏହା ଦେଖିବାକୁ ମିଳିଥାଏ ।
ଏହି ମହଙ୍ଗା ଛତୁ ସହଜରେ ହୋଟେଲରେ ବିକ୍ରି ହୋଇଯାଏ । କିଛି କମ୍ପାନୀ ୨୦ରୁ ୩୦ ହଜାର ଦରରେ ଏହାକୁ କିଣିଥାନ୍ତି । କେବଳ ଭାରତ ନୁହେଁ, ଆମେରିକା, ୟୁରୋପ, ଫ୍ରାନ୍ସ, ଇଟାଲୀ, ସ୍ୱିଜରଲାଣ୍ଡରେ ମଧ୍ୟ ଏହାର ଚାହିଦା ରହିଛି । ଏଥିରେ ଭିଟାମିନ୍ - ବି ଭରପୁର ହୋଇ ରହିଛି । ଏହାବ୍ୟତୀତ ଭିଟାମିନ୍ ସି ଓ କେ ମଧ୍ୟ ରହିଛି । ଶରୀରର ରୋଗ ପ୍ରତିରୋଧର ଶକ୍ତି ବୃଦ୍ଧି, ମଧୁମେହ, ମେଦ ବହୁଳତା, ଥଣ୍ଡା କାଶ ପାଇଁ ଏହା ଲାଭଦାୟକ ଅଟେ ।