ସମୁଦ୍ର କୂଳରେ ଲାଗିଲା ବିରଳ ବ୍ଲ୍ୟୁ ସାର୍କ , ଓଜନ ପ୍ରାୟ ୧୦ କ୍ବିଣ୍ଟାଲ
2/03/2020 at 8:13 AM

ବ୍ରହ୍ମପୁର ୦୨।୦୩: ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଲାଗିଲା ବିଶାଳକାୟ ବ୍ଲ୍ୟୁ ସାର୍କ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟ ସୁନପୁର ନିକଟର ବ୍ଲ୍ୟୁ ସାର୍କଟିକୁ ଦେଖିବାକୁ ମିଳିଛି । ସ୍ଥାନୀୟଲୋକ ସାର୍କଟିକୁ ସମୁଦ୍ର ମଧ୍ୟ ଛାଡିଥିଲେ । କିନ୍ତୁ କିଛି ସମୟ ପରେ ପୁଣି କୁଳରେ ଲାଗିଥିଲା ସାର୍କ । ପରେ ସାର୍କଟିକୁ ମୃତ ଥିବା ଜଣାପଡିଥିଲା ।

ସୂଚନାଯୋଗ୍ୟ ଯେ, ରବିବାର ଦିନ କିଛି ମସ୍ତ୍ରଜୀବୀ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ । ସେମାନେ ଫେରୁଥିବା ସମୟରେ ଜାଲରେ ଏକ ବିଶାଳକାୟ ସାର୍କ ମାଛ ଲାଗିଥିଲା । କୂଳରେ ଆଣି ଦେଖିଥିଲେ ଯ, ଏହା ଏକ ବ୍ଲ୍ୟୁ ସାର୍କ । ଯାହାର ଲମ୍ବ ୨୦ରୁ ୨୫ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୧୦ କ୍ବିଣ୍ଟାଲ୍ ହେବ ଅନୁମାନ କରାଯାଉଛି ।

ପୂର୍ବରୁ ଗୋପାଳପୁର ସମୁଦ୍ର ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାରମ୍ବାର ଗଞାମ ଉପକୂଳ ବଙ୍ଗୋପସାଗରରେ ଏଭଳି ମାଛ ଦୃଶ୍ୟମାନ ହେଉଥିବାରୁ ବିଭାଗୀୟ ପକ୍ଷରୁ ଏବେ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି ।