ଜାହାଙ୍ଗିରପୁରରେ ପୁଣି ହିଂସା, ସୋନୁ ଶେଖର ପତ୍ନୀଙ୍କୁ ପଚରାଉଚରାକୁ ନେଇ ପଥରମାଡ

Published By : Prameya-News7 Bureau | April 18, 2022 IST

ନୂଆଦିଲ୍ଲୀ,୧୮।୦୪:  ରାଜଧାନୀ ଦିଲ୍ଲୀର ଜାହାଙ୍ଗିରପୁରରେ ସୋମବାର ପୁଣି ଥରେ ହିଂସା ଘଟିଛି ।  ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ପଚରାଉଚାର ପାଇଁ ନେବା ସମୟରେ ସ୍ଥାନୀୟ ଲୋକେ ପଥର ମାଡ କରିଥିବା ଜଣାପଡିଛି। ପରିସ୍ଥିତିକୁ ନଜରରେ ରଖି ସମ୍ପୃକ୍ତ ଅଞ୍ଚଳରେ ରାପିଡ୍ ଆକ୍ସନ ଫୋର୍ସ ସହ ପୋଲିସ ମୁତୟନ କରାଯାଇଛି।

ସୂଚନା ଅନୁସାରେ, ଦିଲ୍ଲୀ ହିଂସା ସମୟରେ ଫାଏରିଂ କରୁଥିବା ସୋନୁ ଶେଖର ପତ୍ନୀକୁ ପଚରାଉଚରା କରିବା ପାଇଁ ସୋମବାର ପୋଲିସ ଏଠାରେ ପହଞ୍ଚିଥିଲା। ତେବେ ଏହି ସମୟରେ ହାଠତ ଭିଡ ଏକାଠି ହୋଇ ପୋଲିସ ଉପରେ ପଥର ମାଡ କରିବା ଆରମ୍ଭ କରିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପଥର ଫିଙ୍ଗିଥିବା ଜଣାପଡିଛି। ତେବେ ସେଠାରେ ମୁତୟନ ଥିବା ପୋଲିସ କର୍ମୀ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଅନ୍ୟପଟେ ବିରୋଧ ମଧ୍ୟରେ ସମ୍ପୃକ୍ତ ମହିଳାଙ୍କୁ ଜେରା କରିବା ପାଇଁ ପୋଲିସ ନିଜ ସହ ନେଇଛି।

wp:html /wp:html

ଦିଲ୍ଲୀର ଜାହାଙ୍ଗିରପୁର ହିଂସା ସମୟରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଜଣେ ବ୍ୟକ୍ତି ପିଲାଙ୍କ ଭିତରେ ରହି ଫାଏରିଂ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଥିବା ବ୍ୟକ୍ତିର ନାଁ ସୋନୁ ଶେଖ ହୋଇଥିବା ବେଳେ ଘଟଣା ପରଠୁ ସେ ଫେରାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.