ପାରୋଲରେ ଆସି ଖଣ୍ଡାରେ କେକ୍ କାଟିଲେ ବିବାଦୀୟ ବାବା, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ବିବାଦୀୟ ଆତ୍ମଘୋଷିତ ବାବାଙ୍କ ଆଉ ଏକ ବିବାଦୀୟ ଭିଡିଓ ଭାଇରାଲ୍ । ଜେଲରୁ ପାରୋଲରେ ଆସି ଖଣ୍ଡାରେ କେକ୍ କାଟିଲେ ବାବା ରାମ ରହିମ । ହରିୟାଣା ବାଗ୍‌ପତର ବରନାଗ ଆଶ୍ରମରେ ପହଞ୍ଚି ଖଣ୍ଡାରେ କେକ୍ କାଟି ସେଲିବ୍ରେସନ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଦୁଷ୍କର୍ମ, ହତ୍ୟା ମାମଲାରେ ଛନ୍ଦି ହୋଇଥିଲା ଆଜୀବନ ସଜା କାଟୁଥିବା ଆତ୍ମଘୋଷିତ ବାବା ରାମ ରହମ୍‌ଙ୍କ ପିଛା ଛାଡ଼ୁଆ ନାହିଁ ବିବାଦ । ବାବାଙ୍କ ଆଉ ଏକ ବିଦାଦୀୟ ଭିଡିଓ ଏବେ ସାମ୍ନାକୁ ଆସିଛି । ଜେଲରୁ ୪୦ଦିନ ପାରୋଲରେ ଆସିଛି ପୁଣି ବିବାଦରେ ଛନ୍ଦି ହୋଇଯାଇଛନ୍ତି ରାମ୍ ରହିମ୍ । ହରିୟଣାର ସୁନିରିଆ ଜେଲରୁ ଶନିବାର ବାହାରି ବାଗ୍‌ପତର ବରନାଗ ଆଶ୍ରମରେ ପହଞ୍ଚିଥିଲେ ବାବା । ନିଜ ଜାମିନ୍‌ରେ ୨୫ ଜାନୁଆରୀରେ ଡେରା ପ୍ରମୁଖ ଶାହା ସତମାନ ସିଂହଙ୍କ ଜୟନ୍ତୀ ଅବସରରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଥିଲେ । ହେଲେ ପୂର୍ବରୁ ଜୟନ୍ତୀ କାର୍ଯ୍ୟକ୍ରମରେ ପହଞ୍ଚି ଆତ୍ମଘୋଷିତ ବାବା ରାମ ରହିମ ଖଣ୍ଡାରେ କେକ୍ କାଟିଥିଲେ । ୫ବର୍ଷ ପରେ ଏଭଳି ସୁଯୋଗ ମିଳିଥିବାରୁ ୫ଟି କେକ୍ କାଟି ସେଲିବ୍ରେସନ କରିବା ଜରୁରୀ ବୋଲି କହିଥିଲେ ଗୁରୁମିତ୍ ବାବା ରାମ ରହିମ୍ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

wp:html /wp:html

ଯୌନ ଶୋଷଣ ଓ ହତ୍ୟା ମାମଲରେ ଗୁରୁମିତ୍ ରାମ ରହିମ୍ ହରିୟାଣାର ସୁନାରିୟା ଜେଲରେ ଆଜୀବନ କାରାଦଣ୍ଡ ସଜା କାଟୁଛନ୍ତି । ପା-ରୋଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଆଶ୍ରମରେ ପହଞ୍ଚା ଯାଇଥିଲା । ବାବା ଆଶ୍ରମରେ ପ୍ରବେଶ କରିବା ମାତ୍ରେ ମୁଖ୍ୟ ଦ୍ବାରକୁ ବନ୍ଦ କରାଯାଇଥିଲା । କୋର୍ଟଙ୍କ ନିୟମ ପାଳିନ କରି ଭିଡ଼ ନିୟନ୍ତ୍ରଣ ପାଇଁ ଏପରି କରାଯାଇଥିବା କୁହାଯାଇଛି ।

୧୪ମାସ ସଜା ମଧ୍ୟରେ ୪ଥର ଏବଂ ଗତ ୩ମାସରେ ୨ଥର ପା-ରୋଲରେ ଆସିଛନ୍ତି  ବାବା ରମ୍ ରହିମ୍ । ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ଓ ଉଦମପୁର ବିଧାନସଭା ଉପ-ନିର୍ବାଚନରେ ପୂର୍ବରୁ ୪୦ ଦିନ ପା-ରୋଲରେ ଆସିଥିଲେ ।  

୨୦୧୭ରେ ପଞ୍ଚକୁଲାର ସ୍ବତନ୍ତ୍ର ସିବିଆଇ କୋର୍ଟ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ମାନି ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି । ସିବିଆଇ ୨୦୦୩ରେ ହରିୟାଣା ହାଇକୋର୍ଟଙ୍କ ଦ୍ବାରା ପାରିତ ଆଦେଶ ପରେ ଯାଞ୍ଚ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.