ଦୁଷ୍କର୍ମ ଓ ଠକେଇ ଅଭିଯୋଗରୁ ମୁକ୍ତ ହେଲେ ଟି-ସିରିଜ ମାଲିକ ଭୂଷଣ କୁମାର; ମାମଲା ଖାରଜ କଲେ କୋର୍ଟ

Published By : Prameya-News7 Bureau | November 30, 2023 IST

ମୁମ୍ବାଇ: ଦୁଷ୍କର୍ମ ଓ ଠକେଇ ଅଭିଯୋଗରେ ଟି-ସିରିଜ୍ ମାଲିକ ଭୂଷଣ କୁମାରଙ୍କୁ ଆସ୍ୱସ୍ତି। କେସ୍ ବନ୍ଦ କରିବାକୁ ପୁଲିସ ଦେଇଥିବା ‘ବି ସମରି ରିପୋର୍ଟ’କୁ ଗ୍ରହଣ କରିଛନ୍ତି ମୁମ୍ବାଇ ମାଜିଷ୍ଟ୍ରେଟ୍ କୋର୍ଟ। ୯ ନଭେମ୍ବର ୨୦୨୩ରେ ମୁମ୍ବାଇ ପୁଲିସ ଦେଇଥିବା ବି ସମରି ରିପୋର୍ଟକୁ ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟ ସ୍ୱୀକାର କରିଛନ୍ତି। ଅର୍ଥାତ୍ ଭୂଷଣ କୁମାରଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଓ ଠକେଇ ମାମଲା ବନ୍ଦ ହୋଇଯିବ।

ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ଯେତେବେଳେ ପୁଲିସ କୌଣସି ମାମଲାରେ ତଦନ୍ତ କରି ରିପୋର୍ଟ ପାଏନା କି କୌଣସି ପ୍ରାରମ୍ଭିକ ତଥ୍ୟ ମିଳେ ନା ସେତେବେଳେ ମାମଲାକୁ ବନ୍ଦ କରିବାକୁ ପୁଲିସ କୋର୍ଟରେ ବି ସମରି ରିପୋର୍ଟ ଦେଇଥାଏ। କୋର୍ଟ ରିପୋର୍ଟ ସ୍ୱୀକାର କରିବା ପରେ ମାମଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି।  

କ’ଣ ଥିଲା କେସ୍ ?

ଟି-ସିରିଜ୍ ପ୍ରତିଷ୍ଠାତା ଗୁଲସନ କୁମାରଙ୍କ ପୁଅ ହେଉଛନ୍ତି ଭୂଷଣ କୁମାର। ୨୦୨୧ ଜୁଲାଇ ମାସରେ ମୁମ୍ବାଇର ଡିଏନ୍‌ ନଗର ଥାନାରେ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଓ ଠକେଇ ଅଭିଯୋଗ ଆଣିଥିଲେ। ଭାରତୀୟ ପିଙ୍ଗଳ କୋର୍ଟ ଧାରାରେ ଏହି ମାମଲା ହୋଇଥିଲା। ଅଭିଯୋଗ ଅନୁସାରେ, ଭୂଷଣ କୁମାର ଜଣେ ମହିଳାଙ୍କୁ ତାଙ୍କ କମ୍ପାନୀର ଜବ୍ ଦେବା ସହ କିଛି ପ୍ରୋଜେକ୍ଟ ଦେବାର ଲୋଭ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିଲେ।

ପଢ଼ନ୍ତୁ-କେରଳ ସରକାରଙ୍କୁ ଝଟକା, କନ୍ନୁର ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ପୁନର୍ନିଯୁକ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ଏହି ଘଟଣାରେ ତଦନ୍ତ କରି ପୁଲିସ ୨୦୨୨ରେ ବି ସମରି ରିପୋର୍ଟ ଦାଖଲ କରିଥିଲା। ହେଲେ ଅଭଯୋଗ କର୍ତ୍ତାଙ୍କ ଅଭିଯୋଗରେ ଅନ୍ଧେରୀ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ହେଲେ ପରେ ଅଭିଯୋଗ କର୍ତ୍ତା ମହିଳା ନିଜ ଅଭିଯୋଗରୁ ପଲଟି ଯାଇଥିଲେ। ପରିସ୍ଥିତିରେ ପଡ଼ି ଭୁଲ ବୁଝମାଣରେ ସେ ଅଭିଯୋଗ କରିଥିଲେ ବୋଲି ମହିଳା କହିଥିଲେ। ଏହାପରେ ପୁଲିସ ଦେଇଥିବା ବି ସମରି ରିପୋର୍ଟକୁ ମଧ୍ୟ ସେ ଅନୁମୋଦନ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.