ଏବେ ଆଉ ଜଣେ ବାବାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ : ଭିଡିଓ ଭାଇରାଲ ହେବାରୁ ହୋଇଗଲା ଫେରାର

Published By : Prameya-News7 Bureau | August 21, 2019 IST

ହରିୟାଣା ୨୧/୮: ବାବା ରାମ ରହିମ୍ ଏବଂ ଆଶାରାମ ବାପୁଙ୍କ ପରେ ଏବେ ହରିୟାଣାର ଆଉ ଜଣେ ବାବା ମହିଳାଙ୍କୁ ଯୌନ ଶୋଷଣ ଏବଂ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ହରିୟାଣାର ଗୁରୁଗ୍ରାମରେ ବହେଡ଼ା କଳା ଗାଁର ବାବା ଜ୍ୟୋତିଗିରି ମହାରାଜ ଅନେକ ମହିଳାଙ୍କୁ ଯୌନ ଶୋଷଣ କରିଥିବାର ଅଭିଯୋଗ ହୋଇଛି। ଏନେଇ ଏକ ମଧ୍ୟ ମାମଲା ରୁଜୁ ହୋଇଛି।

{"id":146999}

ବାବା ଜ୍ୟୋତିଗିରି ମହାରାଜର ସବୁ ଅଶ୍ଳୀଳ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ପରେ ପୋଲିସ୍ ମାମଲା ରୁଜୁ କରିଛି ଏବଂ ଏବେ ଗୁରୁଗ୍ରାମ ପୋଲିସର ସାଇବର ସେଲ୍ ଭିଡିଓ ଯାଞ୍ଚ କରୁଛି। ଏହି ମାମଲାରେ ଭିଡିଓ ଭାଇରାଲ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

{"id":147002}

ଭିଡିଓ ଭାଇରାଲ ହେବାପରେ ବାବା ନିଜ ଆଶ୍ରମରୁ ଗାୟବ ହୋଇଯାଇଛି। ଏହି ବାବା ନାଁରେ ଅଭିଯୋଗ ଆସିଛି ଯେ ଆଶ୍ରମକୁ ଆସୁଥିବା ମହିଳା ଏବଂ ଛୋଟ ପିଲାଙ୍କ ସହ ଜବରଦସ୍ତି ଦୁଷ୍କର୍ମ କରୁଥିଲା। ଏବେ ଯାଏଁ ସେ ୧୨ରୁ ଅଧିକ ନାବାଳିକାଙ୍କୁ ଯୌନ ଶୋଷଣ କରି ସାରିଛି। ଏହି ଅଭିଯୋଗ କରିଥିବା ମହିଳା ମଧ୍ୟ  ଯୌନ ନିର୍ଯ୍ୟାତନାର ଶିକାର ହୋଇସାରିଛନ୍ତି।

{"id":147003}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.