ନିମାପଡାରେ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନେଇ ପୁରୀରେ ଗଣ ଦୁଷ୍କର୍ମ - ଜଣେ କନଷ୍ଟବଳ ସାମିଲ ଥିବା ସୂଚନା

Published By : Prameya-News7 Bureau | December 02, 2019 IST

ପୁରୀ- ନିମାପଡା ବସଷ୍ଟାଣ୍ଡରେ ବସ୍‌ ଅପେକ୍ଷାରେ ଥିବା ଜଣେ ଯୁବତୀଙ୍କୁ କାରରରେ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭଯୋଗ । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ ଥିବା ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି ।

ଲିଫ୍ଟ ଦେବା ବାହାନାରେ ଗୋଟିଏ କାରରେ ଯୁବତୀଜଣଙ୍କୁ ୪ ଜଣ ନେଇଯାଇଥିଲେ । ଏହାପରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ କହିଛନ୍ତି ।

ଲିଫ୍ଟ ଦେବା ସମୟରେ ଜଣେ ନିଜର ପୁଲିସ ପରିଚୟ ପତ୍ର ଦେଖାଇଥିଲେ । ଏହାପରେ ଯୁବତୀ ଜଣଙ୍କ ବିଶ୍ୱାସ କରି ବସିଥିବା କଥା କହିଛନ୍ତି । ଏହାପରେ ନିମାପଡାରୁ ନେଇ ପୁରୀର ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁରୀ ଏସ୍‌ପି ଏ ନେଇ ଯୁବତୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.