ବାପାଙ୍କ ଭତ୍ତା ଟଙ୍କା ଆଣିବାକୁ ଯାଇଥିବାବେଳେ ଯୁବତୀଙ୍କୁ ଦୁଷ୍କର୍ମ କଲା କାମାନ୍ଧ ବିବାହିତ ଯୁବକ

Published By : Prameya-News7 Bureau | December 16, 2019 IST

ପୁରୀ ୧୬/୧୨: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଯୂଇଲୁଣ୍ଡା ଗ୍ରାମର ଜଣେ ଯୁବତୀଙ୍କୁ କାମୁକ ବିବାହିତ ଯୁବକ ପୂର୍ଣ୍ଣଚନ୍ଦ୍ର ଦାସ ଘରକୁ ଡାକି ନେଇ ଯୋର ଜବରଦସ୍ତ ଏପରିକି ଅମାନୁଷିକ ଭାବେ ଗୋଡହାତ ବାନ୍ଧି ଦେଇ ଦୁଷ୍କର୍ମ କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି।

{"id":198322,"sizeSlug":"large"}

ଘଟଣାରୁ ପ୍ରକାଶ ଯେ ଯୁବତୀ  ତାଙ୍କ ବାପାଙ୍କ ଭତ୍ତା ଟଙ୍କା ନେବାକୁ ଗ୍ରାମକୁ ଆସିଥିଲେ । ମାତ୍ର ସେ ସମୟରେ ଉକ୍ତ କାମୁକ ଯୁବକ  ଅତି ଚତୁରତାର ସହ  ଯୁବତୀଙ୍କୁ ଘରକୁ ଡାକି ନେଇଥିଲା । ଯୁବତୀ  ଘର ମଧ୍ୟରେ ପଶିବା ମାତ୍ରେ ଯୁବକ  କବାଟ ବନ୍ଦ କରି ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । ଯୁବତୀ  ଏହାକୁ ବିରୋଧ କରିବାରୁ ଯୁବକ ପାଟିରେ ଗାମୁଛା ବାନ୍ଧି ଦେବା ସହ ଗୋଡ ହାତ ବାନ୍ଧି ଦେଇ ଦୁଷ୍କର୍ମ କରିଥିଲା । ଗୋଟିଏ ଘରେ ତିନି ଘଣ୍ଟା ବନ୍ଦ କରି ରଖିଥଲା । ମାତ୍ର ଯୁବତୀଙ୍କ ଚିତ୍କାର ଓ ପାଟି ଶୁଣି ଗ୍ରାମର କେତକ ଯୁବକ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀଙ୍କୁ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପିପିଲି ଏସଡିପିଓ ଖବର ପାଇ ସତ୍ୟବାଦୀ ଥାନାରେ ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରୁଥିବା ଜଣାପଡିଛି। ଅଭିଯୁକ୍ତ ଏହି ଘଟଣା ଘଟାଇ ଫେରାର ହୋଇଯାଇଛି। ସୂଚନାଯୋଗ୍ୟ ଯେ ଯୁବକ ଏହିପରି ଅନେକ କେସ କରିଥିବା ଜଣାପଡିଛି । ଗ୍ରାମରେ ଭୁଲ ମାଗି କେସ ରଫା ଦଫା କରିଥିବା ଶୁଣିବାକୁ ମିଳୁଛି ।  ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.