ସୈତାନ CISF ଯବାନ : ଚକୋଲେଟ୍ ଦେବା ବାହାନାରେ ନାବାଳିକାଙ୍କୁ କ୍ବାର୍ଟରକୁ ଡାକି ଦୁଷ୍କର୍ମ

Published By : Prameya-News7 Bureau | January 18, 2020 IST

ପାରାଦୀପ ୧୮।୧: ପାରାଦୀପ ଆଇଓସିଏଲ ସିଆଇଏସଏଫ ଟାଉନସିପରେ ଜଣେ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ପାରାଦୀପ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି।

{"id":212806,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ କାର୍ଯ୍ୟରତ ସିଆଇଏସଏଫର ହେଡ୍ କନେଷ୍ଟବଳ ତାଙ୍କ ବିଭାଗରେ କାର୍ଯ୍ୟରତ ଅନ୍ୟଜଣେ ଯବାନଙ୍କ ଝିଅଙ୍କୁ ଚୋକଲେଟ ଦେବା ବାହାନାରେ ନିଜ କ୍ବାର୍ଟରକୁ ଡାକିଥିଲେ । ଏହାପରେ ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ଅଭୟଚାନ୍ଦପୁର ଥାନାରେ ଏତଲା ଦିଆଯାଇଛି । ଏତଲା ପରେ ପୋଲିସ ସଂପୃକ୍ତ କନେଷ୍ଟବଳଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.