ମହିଳାଙ୍କୁ ପୋଲିସ କ୍ଵାର୍ଟରରେ ଦୁଷ୍କର୍ମ ! ବଳଙ୍ଗା ଥାନା ଏଏସ୍‌ଆଇ ଅଟକ

Published By : Prameya-News7 Bureau | January 03, 2020 IST

ନିମାପଡା ୩।୧: ପୁଣି ଖାକିରେ ଲାଗିଲା ଦାଗ । ପୁରୀ ଜିଲ୍ଲାରେ ପୁଣି ବଦନାମ୍ ମୁଣ୍ଡାଇଛି ପୋଲିସ । ପୋଲିସ ଏଏସଆଇ ମହିଳାଙ୍କୁ ପୋଲିସ କ୍ଵାର୍ଟରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବଳଙ୍ଗା ଥାନା ଏଏସଆଇ ଚିତ୍ତରଂଜନ ଦାସଙ୍କ ବିରୋଧରେ ଆସିଛି ଏମିତି ସାଂଘାତିକ ଅଭିଯୋଗ । ଅଭିଯୋଗ ପରେ ପୋଲି ଏଏସଆଇ ଚିତ୍ତରଂଜନ ଦାସଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ ଯେ, ପାରିବାରିକ ବିବାଦ ସମାଧାନ ଆଶା ଦେଖାଇ ନିଜ କ୍ଵାର୍ଟରକୁ ଡାକି ମହିଳାଙ୍କୁ ବଳଙ୍ଗା ଥାନା ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । କିଛି ଦିନ ହେବ ପୀଡିତା ମହିଳାଙ୍କର ପାରିବାରିକ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।

ତେବେ ମାମଲାର ସମାଧାନ କରିଦେବା ପାଇଁ ନିଜ କ୍ବାର୍ଟରକୁ ପୀଡିତା ମହିଳାଙ୍କୁ ଡାକିଥିଲେ ଥାନା ଏଏସଆଇ । ତେବେ ସେଠାରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପିପିଲି ଏସଡିପିଓଙ୍କ ନିକଟରେ ମହିଳା ଜଣଙ୍କ ଏନେଇ ଅଭିଯୋଗ କରିଛନ୍ତି । ଜାତୀୟ ଦଳିତ ଆଦିବାସୀ ମହାସଂଘ ସଦସ୍ୟଙ୍କ ସହ ଆସି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ପୂର୍ବରୁ ଗତ ଡିସେମ୍ବର ମାସ ୨ ତାରିଖରେ ଝାଡେଶ୍ବରୀ ମନ୍ଦିର ନିକଟ ପୋଲିସ କ୍ବାର୍ଟରରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.