ରାଜଧାନୀ ଦିଲ୍ଲୀରେ ଅଭାବନୀୟ: ଦୁଷ୍କର୍ମ ପୀଡିତାଙ୍କ ଝିଅ ଉପରେ ଏସିଡ୍ ଫିଙ୍ଗିଲା ଅଭିଯୁକ୍ତ, ନିଜେ ହାରିଦେଲା ଜୀବନ

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ ୦୮/୧୨: ରାଜଧାନୀ ଦିଲ୍ଲୀରେ ବଢିବାରେ ଲାଗିଛି କ୍ରାଇମ । ଦିନକୁ ଦିନ ଅସହ୍ୟ ହୋଇପଡୁଛି ଲୋକଙ୍କ ଜୀବନ । ଗତ ଗୁରୁବାର ଦିନ ପୁଣି ଥରେ ଦିଲ୍ଲୀରେ ବଡ଼ ଧରଣର କ୍ରାଇମ ଘଟିଛି । ସେଣ୍ଟ୍ରାଲ୍ ଦିଲ୍ଲୀରେ ଜଣେ ବ୍ୟକ୍ତି ୧୭ ବର୍ଷର ନାବାଳିକାକୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଛି । ଏହା ପରେ ସେ ନିଜେ ଏସିଡ୍ ପିଇ ଆତ୍ମହତ୍ୟା ବି କରିଛି । ଏନେଇ ନିଜେ ସ୍ପଷ୍ଟ କରିଛି ପୋଲିସ ।

ଗୁରୁବାର ସକାଳେ, ୫୪ ବର୍ଷୀୟ ଅଭିଯୁକ୍ତ ପ୍ରେମ ସିଂ ପୀଡିତାଙ୍କ ଘରେ ପହଞ୍ଚି ଝିଅକୁ ଧମକ ଦେଇଥିଲା । ତାଗିଦ୍ କରି କହିଥିଲା ତାଙ୍କ ବିରୋଧରେ ଦାଖଲ ହୋଇଥିବା ଦୁଷ୍କର୍ମ ମାମଲା ପ୍ରତ୍ୟାହାର କରିବାକୁ । ଯେତେବେଳେ ସେ ଏହା କରିବାକୁ ମନା କରିଦେଲେ, ସେତେବେଳେ ସେ ତାଙ୍କ ୧୭ ବର୍ଷର ନାବାଳିକା ଉପରେ ଏସିଡ୍ ଢାଳିଥିଲା । ଏମିତିକି ନିଜେ ଏସିଡ୍ ମଧ୍ୟ ପିଇଥିଲେ । ଏହି ମାମଲା କେନ୍ଦ୍ରୀୟ ଦିଲ୍ଲୀର ଆନନ୍ଦ ପାର୍ବତ ଅଞ୍ଚଳର ।

ଦିଲ୍ଲୀ ପୋଲିସ କହିବା ଅନୁଯାୟୀ ତାରିଖରେ ଆନନ୍ଦ ପାର୍ବତ ପୋଲିସ ଷ୍ଟେସନରେ ଜଣେ ବ୍ୟକ୍ତି ନାବାଳିକା ଉପରେ ଏସିଡ୍ ଫିଙ୍ଗିଥିବାର ସୂଚନା ମିଳିଥିଲା । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରେ ଉଭୟ ନାବାଳିକା ଏବଂ ଅଭିଯୁକ୍ତଙ୍କୁ ଡାକ୍ତରଖାନା ନେଇଥିଲେ । ହେଲେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ନାବାଳିକାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ପ୍ରେମ ସିଂହ ତାଙ୍କୁ ଗୁରୁବାର ସକାଳ ପ୍ରାୟ ୭.୩୦ ସମୟରେ ଦୁଷ୍କର୍ମ ମାମଲା ପ୍ରତ୍ୟାହାର କରିବାକୁ କହିଥିଲେ । ହେଲେ ସେ ମନା କରିବାକୁ ମୁହଁରେ ଏସିଡ୍ ଫିଙ୍ଗିଥିଲେ । କେବଳ ସେତିକି ନୁହେଁ ନିଜେ ମଧ୍ୟ ସେଇ ବୋତଲରେ ଥିବା ଏସିଡ୍ ସବୁ ପିଇଦେଇଥିଲେ । ଏହା ଜଣାପଡିବା ପରେ ଲୋକମାନେ ତୁରନ୍ତ ଉଭୟଙ୍କୁ ଡାକ୍ତରଖାନା ନେଇଥିଲେ ।

ସେଠାରେ ଚିକିତ୍ସା ସମୟରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା । ଯେଉଁଠାରେ ନାବାଳିକାଙ୍କୁ ପ୍ରଥମ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । କହିବାକୁ ଗଲେ ନାବାଳିକାଙ୍କ ମାଆ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ତେବେ ପାରିବାରିକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଜାମିନ୍‌ରେ ଆସି ଏମିକି ନାରକୀୟ କାଣ୍ଡ ଘଟାଇଥିଲେ ଅଭିଯୁକ୍ତ ।

you can also read....

wp:embed {"url":"https://www.prameyanews7.com/the-victory-of-love-at-the-indo-pak-border-these-people-jumped-the-border-and-laughed-at-love/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-victory-of-love-at-the-indo-pak-border-these-people-jumped-the-border-and-laughed-at-love/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.