ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିଲା ଅଭିଯୁକ୍ତ, ଆଜି ଜାମିନରେ ମୁକୁଳିବା ପରେ ପିଟି ପିଟି ମାରିଦେଲେ ଅଜଣା ଯୁବକ, ସନ୍ଦେହ ଘେରରେ ପୀଡିତା ପରିବାର
20/08/2019 at 8:10 PM

ମାଲଦା୨୦|୮: ପଶ୍ଚିମବଙ୍ଗର ମାଲଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଜଣେ ଅଭିଯୁକ୍ତ ଜାମିନରେ ବାହାରିବା ପରେ ତାକୁ ହତ୍ୟା କରାଯାଇଛି । ପିଡୀତାଙ୍କ ପରିବାର ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।
ଖବରନେବାରେ ଜଣାପଡିଛି ଯେ, ମାଲଦାର ମାମଲା ଅଂଚଳରେ କିଛିଦିନ ତଳେ ଏକ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ଅନୁସନ୍ଧାନ କରିବାପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଅଭିଯୁକ୍ତକୁ ଆଜି ଜାମିନ ମିଳିବା ପରେ ଜେଲରୁ ଖଲାସ ହୋଇ ଘରକୁ ଫେରୁଥିଲା । ଏହିସମୟରେ ରାସ୍ତାରେ ତା ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା । ଲୁହାରଡରେ ନିସ୍ତୁକ ମାଡ ଯୋଗୁଁ ସେ ଗୁରୁତରଭାବେ ଆହତ ହୋଇଥିଲା ।
ଚିକିତ୍ସାପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଯାଇଛି । ଦୁଷ୍କର୍ମ ପିଡୀତାଙ୍କ ପରିବାର ଏହି ହତ୍ୟାୟକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ପୋଲିସ ଏକ ହତ୍ୟାମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପିଡୀତାଙ୍କ ପରିବାର ପୁରୁଷଶୂନ୍ୟ ହୋଅଇଯାଇଛି । ଗିରଫ ଭୟରେ ପରିବାରର ପୁରୁଷ ସଦସ୍ୟମାନେ ଫେରାର ହୋଇଯାଇଥିବା ପୋଲିସ କହିଛି ।