ଜାମିନ ପାଇ ଜେଲ୍‌ରୁ ମୁକୁଳିଲେ ଦୁଷ୍କର୍ମ ଅଭିଯୁକ୍ତ ଲିଗାୟତ ସନ୍ଥ ଶିବମୂର୍ତ୍ତି ମୁରୁଘା ସରନାରୁ; କୋର୍ଟଙ୍କ ସର୍ତ୍ତ- ଯାଇ ପାରିବନି ଚିତ୍ରଦୁର୍ଗ

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ମୁରୁଘା ଶରଣାରୁ ଜାମିନ ପାଇଁ ଜେଲ୍‌ରୁ ମୁକୁଳିଛନ୍ତି। ଗତ ସପ୍ତାହରେ କର୍ଣ୍ଣାଟକ ହାଇକୋର୍ଟ ଶରଣାରୁଙ୍କୁ ମୁରୁଗା ମଠରେ ରହୁଥିବା ଦୁଇ ନାବାଳିକାଙ୍କ ଦୁଷ୍କର୍ମ ଅଭିଯୋଗରେ ସର୍ତ୍ତମୁଳକ ଜାମିନ ଦେଇଥିଲେ। ଗୁରୁବାର ସେ ଜେଲ୍‌ରୁ ମୁକୁଳିଛନ୍ତି।

କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାରେ ଥିବା ଲୋକପ୍ରିୟ ଲିଙ୍ଗାୟତ ମଠର ମୁଖ୍ୟ ପୂଜକ ହେଉଛନ୍ତି ଶିବମୂର୍ତ୍ତି ମୁରୁଗା ଶରଣାରୁ। ମଠ ଦ୍ୱାରା ପରିଚାଳିତ ମୁରୁଗା ମଠର ଦୁଇ ନାବାଳିକାଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେପ୍ଟେମ୍ବର ୨୦୨୨ରେ ତାଙ୍କୁ ଗିରଫ କରାଯାଇଥିଲା

ବର୍ଷେରୁ ଅଧିକ ସମୟ ଜେଲ୍‌ରେ ରହିବା ପରେ ଶିବମୂର୍ତ୍ତି ଜେଲ୍‌ରୁ ମୁକୁଳିଛନ୍ତି। ଏଥିସହିତ ଅନ୍ୟ ଏକ ମାମଲାରେ ଚିତ୍ରଦୁର୍ଗ କୋର୍ଟ ମଧ୍ୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଯଦିଓ ସେ ଆସନ୍ତାକାଲି ଜେଲ୍‌ରୁ ମୁକୁଳି ଥାନ୍ତେ। ହେଲେ ଟେକ୍‌ନିକାଲ କାରଣରୁ ତାଙ୍କୁ ଆଜି ଜେଲ୍‌ରୁ ଛାଡ଼ି ଦିଆଯାଇଛି। ହେଲେ ସେ ଚିତ୍ରଦୁର୍ଗରେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଜେଲ୍‌ରୁ ବାହାରିବା ପରେ ଶରଣାରୁ ସିଧା ଦାବଣଗେରେ ଯାଇଛନ୍ତି।   

ସୂଚନା ଥାଉକି, ମଠ ଦ୍ୱାରା ପରିଚାଳିତ ଏକ ସ୍କୁଲ୍‌ରେ ଦୁଇ ନାବାଳିକା ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ। ସେମାନେ ସ୍କୁଲ୍ ହଷ୍ଟେଲ୍‌ରୁ ପଳାଇଯାଇ ଏହି ଅଭିଯୋଗ କରିଥିଲେ। ଏହାପରେ ୨୦୨୨ ଅଗଷ୍ଟ ୨୬ ତାରିଖରେ ଶିବମୁର୍ତ୍ତି ଓ ସ୍କୁଲ୍ ପରିଚାଳକ ଓ ହଷ୍ଟେଲ ୱାର୍ଡେନ୍‌ଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ହୋଇଥିଲା। ପୁଲିସ କାହିଁକି ବାବାଙ୍କୁ ଗିରଫ ନ କରିବା ନେଇ ମଧ୍ୟ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ପ୍ରବଳ ବିରୋଧ ପ୍ରଦର୍ଶନ ପରେ ଶିବମୂର୍ତ୍ତିଙ୍କୁ ଗିରଫ କରିିଥିଲା ପୁଲିସ। ମାମଲାରେ ନଭେମ୍ବର ୧୪ ତାରିଖରେ ଶିବମୂର୍ତ୍ତି ବିରୋଧରେ ଚାର୍ଜସିଟ ଦାଖଲ କିରଥିଲା ପୁଲିସ। ଯେଉଁଥିରେ କୁହାଯାଇଥିଲା ଯେ ଶରଣାରୁ ୨୦୧୩ରୁ ୨୦୧୫ ମଧ୍ୟରେ ମଧ୍ୟ ରାତ୍ରିରେ ୧୩ ବର୍ଷୀୟ ନାବାଳିକାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଥିଲା। ଯେତେବେଳେ ସମସ୍ତେ ଶୋଇ ପଡିବେ ସେହି ସମୟରେ ପଛ ଦ୍ଵାର ଦେଇ ସନ୍ଥଙ୍କ କୋଠରୀକୁ ଆସିବା ଏବଂ ସକାଳେ ଲୋକେ ଉଠିବା ପୂର୍ବରୁ ବାହାରି ଯିବାକୁ ନାବାଳିକାଙ୍କୁ ଆଦେଶ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.