ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଷ୍ଟାର୍ କ୍ରିକେଟର: କହିଲେ, ଆଇନଗତ ଲଢ଼େଇ ଲଢ଼ିବି

Published By : Prameya-News7 Bureau | October 06, 2022 IST

କାଠମାଣ୍ଡୁ: ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫେରାର୍ ଥିବା ନେପାଳି କ୍ରିକେଟର ସନ୍ଦୀପ ଲାମିଛାନେ। ଗୁରୁବାର ସେ ନେପାଳ ଫେରିବା ପରେ ତାଙ୍କୁ ଗିରଫ କରିଛି ପୁଲିସ। ନାବାଳିକା ଦୁଷ୍କର୍ମ ମାମଲାରେ ଲାମିଛାନେଙ୍କୁ ଗିରଫ କରିବା ପାଇଁ ମାସକ ପୂର୍ବରୁ ଗିରଫ ପରୱାନା ଜାରି ହୋଇଥିଲା। ହେଲେ ସେ ଫେରାର୍ ଥିବାରୁ ତାଙ୍କୁ ଗିରଫଦାରିରେ ବିଳମ୍ବ ହୋଇଥିଲା। ତେବେ ଗୁରୁବାର ତାଙ୍କୁ ଗିରଫ କରାଯାଇଥିବା କାଠମାଣ୍ଡୁ ଜିଲ୍ଲା ପୁଲିସ ପ୍ରବକ୍ତା ଦିନେଶ ରାଜ ମାଇନେଲ୍ ଏଫ୍‌ପି ନ୍ୟୁଜ୍‌କୁ ସୂଚନା ଦେଇଛନ୍ତି।

ଲାମାଛାନେଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏଥିପାଇଁ ସେ ଆଇନଗତ ଲଢ଼େଇ ଲଢିବାକୁ ଘୋଷଣା କରିଛନ୍ତି। ନେପାଳ ଫେରିବା ପୂର୍ବରୁ ଲାମିଛାନେ ଫେସ୍‌ବୁକ୍‌ରେ ପୋଷ୍ଟ କରି ଏହି ସୂଚନା ଦେଇଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ “ ମୁଁ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିବି। ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଆଇଗତ ଲଢ଼େଇ ଲଢିବି। ନ୍ୟାୟର ବିଜୟ ହେବାକୁ ଦିଅ।”  

ନେପାଳର ଅଧିନାୟକ ତଥା ଅଲରାଉଣ୍ଡର ସନ୍ଦୀପ ଲାମିଛାନେ ଜଣେ ୧୭ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ହେବା ପରେ ଥାନାରେ ମାମଲା ହୋଇଥିଲା। ଘଟଣାର ତଦନ୍ତ ଆରମ୍ଭ ହେବା ସହ ଉକ୍ତ ନାବାଳିକାକୁ ସୁରକ୍ଷା ଯୋଗାଇ ଦିଆଯାଇଛି।

ଦୁଷ୍କର୍ମ ଘଟଣା ନେଇ ଅଭିଯୋଗ ହେବା ପରେ ସେପ୍ଟେମ୍ବର ୮ ତାରିଖରେ ଲାମିଛାନେଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ କୋର୍ଟ। ଏହାପରେ ତାଙ୍କୁ ନେପାଳ କ୍ରିକେଟ୍ ଟିମ୍‌ରୁ ନିଲମ୍ବିତ କରାଯାଇଥିଲା। ୧୭ ବର୍ଷୀୟ ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ୨୨ ବର୍ଷୀୟ କ୍ରିକେଟର ଲାମିଛାନେ ଅଗଷ୍ଟ ମାସରେ ତାଙ୍କୁ କାଠମାଣ୍ଡୁର ଏକ ହୋଟେଲ୍‌ରେ ଦୁଷ୍କର୍ମ କରିଥିଲେ।

ଅଭିଯୋଗରେ କିଛି ଦିନ ପୂର୍ବରୁ ସନ୍ଦୀପ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା କାରବିଆନ୍ ପ୍ରିମିୟର ଲିଗରେ ଖେଳିବାକୁ କେନିଆ ଗସ୍ତରେ ପଳାଇଯାଇଥିଲେ। ତେବେ ସିରଜ୍ ସରିବା ପରେ ବି ସେ ନେପାଳ ଫେରି ନଥିଲେ।  

ନେପାଳ ଟିମ୍‌ରେ ଲାମିଛାନେ ଜଣେ ଷ୍ଟାର୍ ଖେଳାଳି। ୨୦୧୮ରେ ସେ ଭାରତରେ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଆଇପିଏଲ୍ ଖେଳିବା ପରେ ତାଙ୍କୁ ଅନ୍ତର୍ଜାତୀୟ ଖେଳାଳିର ଷ୍ଟାଟସ ମିଲିଥିଲା। ସେବେଠାରୁ ଟି-୨୦ ଅନ୍ତର୍ଜାତୀୟରେ ଲାମିଛାନେ ଜଣେ ଲୋକପ୍ରିୟ କ୍ରିକେଟର ଭାବେ ପରିଚିତ ହୋଇଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.