scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେମି ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ନେଟ୍ ପ୍ରାକ୍ଟିସ୍ ସମୟରେ କ୍ୟାପଟେନ୍ ଆହତ

8/11/2022 at 9:53 AM

ମେଲବୋର୍ଣ୍ଣ ୦୮/୧୧: T20 ବିଶ୍ବକପ ସେମିଫାଇନାଲ୍ ଲଢେଇ ଆଗରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ଆହତ । ଆସନ୍ତା ୧୦ତାରିଖରେ ଆଡିଲେଟ୍ ରେ ଇଂଲଣ୍ଡ ସହ ସେମି ମୁକାବିଲା । ତାଆଗରୁ ଆଜି ସକାଳେ ରୋହିତ ଶର୍ମା ନେଟ୍ ପ୍ରାକ୍ଟିସ୍ ସମୟରେ ଆହତ ହୋଇ ଯାଇଛନ୍ତି ।

ଘଣ୍ଟାପ୍ରତି ୧୫୦କିଲୋମିଟର ବେଗରେ ଏକ ବଲ୍ ଡାହାତ ହାତ କଚଟିରେ ବାଜି ଯାଇଥିିଲା । ଯନ୍ତ୍ରଣାରେ ୪୦ମିନିଟ ଧରି ରୋହିତ ପ୍ରାକ୍ଟିସ ନକରି ବସି ରହିଥିଲେ । ସେପଟେ ପ୍ରାକ୍ଟିସ୍ ସମୟରେ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଉପସ୍ଥିତ ଥିଲେ ।

କିଛି ସମୟ ମଧ୍ୟରେ ଫିଜିଓ ଏବଂ ଡାକ୍ତର ରୋହିତ ଶର୍ମାଙ୍କ ନିକଟରେ ପହଞ୍ଚି ସେଠାରେ ରୋହିତଙ୍କ ଆଘାତ ପରୀକ୍ଷା କରିଥିଲେ । ମଝିରେ ମଝିରେ ସେ ରାହୁଲ ଦ୍ରାବିଡଙ୍କ ସହ କଥା ହୋଇଥିଲେ । ମେଡିକାଲ ଟ୍ରିଟମେଣ୍ଟ ପରେ ରୋହିତ ପୁଣି ଥରେ ପ୍ରାକ୍ଟିସକୁ ଫେରିଥିଲେ, ତେବେ ଆହତ ନେଇ ବିସିସିଆଇ କୌଣସି ଅପଡେଟ୍ ଦେଇନାହିଁ ।

   Related Posts