ଜେସିବିକୁ ଧକ୍କା ଦେଲା ଗାଡ଼ି; ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | October 05, 2022 IST

ନିଶ୍ଚିନ୍ତକୋଇଲି ୦୫/୧୦: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ହେତୁ ଜଣେ ମୃତ ୩ ଗୁରୁତର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତାର ଲୁଣା ନଦୀ ପୋଲ ପାଖରେଏପରି ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଗୋଟିଏ ମହିନ୍ଦ୍ରା କମ୍ପାନୀର ଥର୍ ଗାଡ଼ି, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବିକୁ ଧକ୍କା ଦେଇଥିଲା। ଫଳରେ ଥର୍ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମହେନ୍ଦ୍ର ଜେନା। ସେ ସ୍ଥାନୀୟ କମଳପୁର ପଞ୍ଚାୟତର ବାସିନ୍ଦା ବୋଲି ଜଣାପଡ଼଼ିଛି। ସେ ଜମରା ପଞ୍ଚାୟତର ମଧୁବାବୁ ଆଇନ ସହାୟତା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଗୁରୁତରଙ୍କ ପରିଚୟ ଗାଡ଼ି ଡ୍ରାଇଭର ସଞ୍ଜୟ ଜେନା, ଆଶୁତୋଷ ତ୍ରିପାଠୀ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.