ମୁମ୍ବାଇ ୦୩।୦୩: ଅନନ୍ତ ଅମ୍ବାନୀ ଏବଂ ରାଧିକ ମର୍ଚାଣ୍ଟ ପ୍ରି ଓ୍ବିଡିଂଙ୍ଗ ସେଲିବ୍ରେସନରେ ସାମିଲ ହୋଇଥିଲେ ବଲିଉଡର ପାଓ୍ବାରଫୁଲ କପଲ୍ ଦୀପଭୀର । ନିଜର ଖାସ୍ ଅନ୍ଦାଜ ଯୋଗୁଁ ଲାଇମଲାଇଟକୁ ଆସିଥିଲେ ରଣବୀର ସିଂ । ଅମ୍ବାନୀ ପରିବାର ଫଙ୍କସନରେ ପ୍ରଥମଥର ପାଇଁ ପିତା ହେବା ନେଇ କଥା ହେବା ସହ ଖୁସି ଜାହିର କରିଥିଲେ ରଣବୀର ।
{"id":916543,"width":835,"height":606,"sizeSlug":"full","linkDestination":"none"}
ଏହି ସମୟରେ ସବୁବେଳ ପରି ଦୀପିକାଙ୍କ ଉପରେ ପ୍ରେମର ବର୍ଷା କରିଥିଲେ ରଣବୀର । ଅତିଥିଙ୍କ ଗହଣରେ ରଣବୀର ସିଂ କହିଛନ୍ତି କି ମତେ ମୋ ସ୍ବପ୍ନର ଝିଅ ମିଳିଯାଇଛି । ମୁଁ ଖୁସି କି କିଛି କାମରେ ଦୀପିକାଙ୍କ ସାହାଯ୍ୟ କରିପାରୁଛି । ସେ ମଜାକ୍ ଅନ୍ଦାଜ୍ରେ କହିଥିଲେ କି ଆମେ ସାଙ୍ଗରେ ରହିବାର ୭ ବର୍ଷ ହୋଇଗଲାଣି । ଅନନ୍ତ ଏବଂ ରାଧିକାଙ୍କ ବିବାହ ହେଉଛି ଆଉ ମୋର ସନ୍ତାନ ଆସୁଛି ।
{"id":916544,"width":840,"height":473,"sizeSlug":"full","linkDestination":"none"}
ରଣବୀରଙ୍କ ମଜାକ୍ ଅନ୍ଦାଜ୍ରେ କହିଥିବା ଏହି କଥାକୁ ସମସ୍ତେ ଏନଜୟ କରିଥିଲେ । ଏହାପରେ ଦୀପିକାଙ୍କୁ ଲଭ୍ ୟୁ କହିଥିଲେ ରଣବୀର । ଏହାବ୍ୟତୀତ ରଣବୀନ ନିଜ ଲେଡି ଲଭ୍ ଦୀପିକାଙ୍କୁ ଗ୍ଲୋ କରିବାର ରାଜ୍ କଣ ପଚାରିଥିଲେ ?
{"id":916545,"width":839,"height":472,"sizeSlug":"full","linkDestination":"none"}
ଏହାପରେ ରଣବୀର ଦୀପିକାଙ୍କ ହାତ ଧରି ଡ୍ୟାନ୍ସ ଫ୍ଲୋରକୁ ନେଇ ଯାଇଥିଲେ ଏବଂ ଦୁହେଁ ଧମାକେଦାର୍ ଡ୍ୟାନ୍ସ ପର୍ଫମାନ୍ସ ଦେଇ ସମସ୍ତଙ୍କର ହୃଦୟ ଜିତିଥିଲେ । ରଣବୀର-ଦୀପିକାଙ୍କ ଡ୍ୟାନ୍ସିଙ୍ଗ୍ ଭିଡିଓ ସୋଶିଆଲ୍ ମିଡିଆରେ ଭାଇରାଲ ହେଉଛି । ଗୋଲ୍ଡେନ୍ ଲେହେଙ୍ଗାରେ ଦୀପିକା ବିଲକୁଲ୍ ଡିଭା ନଜର ଆସୁଛନ୍ତି ।
You Can Read:
wp:embed {"url":"https://www.prameyanews7.com/bollywood-star-in-anant-ambani-radhika-merchant-pre-wedding/","type":"wp-embed","providerNameSlug":"prameya-news-7"}