ରିଲିଜ ପୂର୍ବରୁ ୧୦ କୋଟି ଆୟ କରିପାରେ ରଣବୀରଙ୍କ ଏହି ସିନେମା, ଟିକେଟ ବୁକିଙ୍ଗ ଆରମ୍ଭ ; ଦେଖନ୍ତୁ ଦମଦାର ଟ୍ରେଲର

Published By : Prameya-News7 Bureau | December 21, 2021 IST

ନୂଆାଦିଲ୍ଲୀ ୨୧/୧୨ : ବଲିଉଡ ଷ୍ଟାର ରଣବୀର ସିଂଙ୍କର ଆଉ ଏକ ଦମଦାର ସିନେମା ରିଲିଜ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୨୪ରେ '83' ନାମକ ସିନେମା ଦର୍ଶକମାନେ ବଡ଼ପରଦାରେ ଦେଖିବାକୁ ପାଇବେ। ୱେଷ୍ଟଇଣ୍ଡିଜ୍ ସହ ଖେଳି ଭାରତ ଜିତିଥିବା ପ୍ରଥମ ବିଶ୍ୱକପର କାହାଣୀ ଉପରେ ଏହି ସିନେମାଟି ଆଧାରିତ। ଏହି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଭାରତ ପ୍ରଥମ ବିଶ୍ୱକପ ବିଜୟର କାହାଣୀ ଦେଖିବା ପାଇଁ ଦର୍ଶକ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ଦର୍ଶକମାନେ ଏତେ ଉତ୍ସାହିତ ଅଛନ୍ତି ଯେ ଫିଲ୍ମଟି ରିଲିଜ ହେବା ପୂର୍ବରୁ ୧୦କୋଟି ଟଙ୍କା ଆୟ କରିପାରେ ବୋଲି କୁହାଯାଉଛି। ଦର୍ଶକମାନେ ଅଧିକ ଏଡଭାନ୍ସ ବୁକିଙ୍ଗ କରୁଛନ୍ତି ବୋଲି ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟରେ କୁହାଯାଇଛି।

ଦର୍ଶକମାନଙ୍କୁ ସିନେମାଟି ଭାରତୀୟ କ୍ରିକେଟ ଭାବପ୍ରବଣତା ସହ ଯୋଡ଼ୁଛି। କେବଳ ମଲ୍ଟିପ୍ଲେକ୍ସ ସିନେମାହଲଗୁଡ଼ିକରେ ଏବେ ସୁଦ୍ଧା ୧୫,୦୦୦ ଟିକେଟର ଏଡଭାନ୍ସ ବୁକିଙ୍ଗ ସରିଲାଣି। ଏହି ଏଡଭାନ୍ସ ଟିକେଟ ବୁକିଙ୍ଗ ଅନୁସାରେ ହିସାବ କଲେ ଫିଲ୍ମଟି ରିଲିଜ ହେବା ପୂର୍ବରୁ ୧୦କୋଟି ଟଙ୍କା କମାଇ ପାରେ। । ଏହା ବାଦ୍ ସିନେମାର ମ୍ୟୁଜିକ୍ ରାଇଟ ଓ ଓଟିଟି ରାଇଟ୍ସ ବି ଫିଲ୍ମ ନିର୍ମାତାଙ୍କୁ ରୋଜଗାରରେ ସାହାଯ୍ୟ କରିବ। ଜାତୀୟ ସିନେ ଗଣମାଧ୍ୟମ ଇଟାଇମ୍ସ ସହ ଆଲୋଚନା ବେଳେ ଫିଲ୍ମର ନିର୍ଦ୍ଦେଶକ କବିର ଖାନ୍ କହିଛନ୍ତି ଯେ ‘‘ '83' ମୋ ପାଇଁ ଏକ ବଡ଼ ଦାୟିତ୍ୱପୂର୍ଣ୍ଣ ବିଷୟ। ଏହାକୁ ଯଦି ମୁଁ ଠିକ୍ ଭାବରେ କରି ନପାରିଲି ତାହେଲେ ଦେଶ ମୋତେ କ୍ଷମା କରିବ ନାହିଁ।”

କବିର ଖାନ ଆହୁରି କହିଛନ୍ତି “ ରଣବୀର ସିହଙ୍କୁ ଲାଗୁଥିଲା ସେ ଯଦି ଏହି ସିନେମାର ମୁଖ୍ୟ ଚରିତ୍ର କପିଲ ଦେବଙ୍କ ଭୂମିକା ଭଲ ଭାବେ ନିଭାଇ ନପାରିବେ ତାଙ୍କୁ ମଧ୍ୟ ଦର୍ଶକମାନେ କ୍ଷମା କରିବେ ନାହିଁ। ଏବେ ଆପଣ ଟ୍ରେଲର ଦେଖି ପାରିବେ କେତେ ନିଖୁଣ ଭାବେ ସେ ତାଙ୍କ ଅଭିନୟ କରି ଦେଖାଇଛନ୍ତି। ସେ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି।” ସିନେମାର ଟ୍ରେଲର ରିଲିଜ ହେବା ସହ ଦର୍ଶକମାନେ ରଣବୀର ସିଂହଙ୍କୁ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.