ଆଦିତ୍ୟ ଧରଙ୍କ ଆକ୍ସନ ଫିଲ୍ମରେ ଧମାଲ କରିବେ ରଣବୀର ସିଂ, ମେ’ରେ ଆରମ୍ଭ କରିବେ ସୁଟିଂ

Published By : Prameya-News7 Bureau | March 05, 2024 IST

ମୁମ୍ଵାଇ ୦୫।୦୩: ବଲିଉଡ୍‌ର ବାଜିରାଓ ରଣବୀର ସିଂ।  ଆସନ୍ତା ୨ ବର୍ଷ ମଧ୍ୟରେ ସେ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍‌ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ତେବେ ଏଥି ମଧ୍ୟରେ ସେ ଆଦିତ୍ୟ ଧରଙ୍କ ସହ ହାତ ମିଳାଇଛନ୍ତି। ଆଉ ଏକ ଆକ୍ସନ୍‌ ଫିଲ୍ମ ପାଇଁ ସାଇନ୍‌ କରିଛନ୍ତି। ନିର୍ଦ୍ଦେଶକ ଆଦିତ୍ୟ ଧର ଆଗାମୀ ଦିନରେ ଗୋଟିଏ ବିଗ୍‌ ବଜେଟର ଆକ୍ସନ୍‌ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଆକ୍ସନ୍‌ ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ସେ ରଣବୀର ସିଂଙ୍କୁ ପସନ୍ଦ କରାଯାଇଛି।

Ranveer Singh Is In Discussions To Lead Aditya Dhar Upcoming Action Thriller  Movie - Amar Ujala Hindi News Live - Aditya Dhar:आदित्य धर बनाएंगे नई एक्शन  थ्रिलर फिल्म, किस हीरो से मिलाया

ଏନେଇ ଗତ ୩ ସପ୍ତାହ ମଧ୍ୟରେ ଉଭୟ ରଣବୀର ଓ ଆଦିତ୍ୟଙ୍କ ଅନେକ ଥର ସାକ୍ଷାତ ହୋଇଥିବା ସୂଚନା ମିଳିଛି। ଆଦିତ୍ୟଙ୍କ ଠାରୁ ଫିଲ୍ମର ସ୍କ୍ରିପ୍ଟ ଶୁଣି ଅଭିନୟ କରିବାକୁ ରଣବୀର ତୁରନ୍ତ ରାଜି ହୋଇଯାଇଥିବା ନେଇ ଜଣାପଡିଛି । ଏବେ ରଣବୀର ଆଦିତ୍ୟଙ୍କ ବିଗ୍‌ ବଜେଟ ଆକ୍ସନ ମୁଭିକୁ ଅଧିକ ପ୍ରାଧାନ୍ୟ ଦେବାକୁ ସ୍ଥିର କରିଛନ୍ତି। ଯାହାର ଶୁଟିଂ ଚଳିତ ବର୍ଷ ଏପ୍ରିଲ-ମେ ମାସରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ତେବେ ଏନେଇ ରଣବୀରଙ୍କ ଟିମ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ପରେ ସେ ଅଗଷ୍ଟ-ସେପ୍ଟେମ୍ବର ମାସରେ ‘ଡନ୍‌ ୩’ ଫିଲ୍ମର ସୁଟିଂ ଆରମ୍ଭ କରିବେ। ସେହିପରି ଆସନ୍ତାବର୍ଷ ମେ-ଜୁନରେ ରଣବୀର ‘ଶକ୍ତିମାନ’ର ଶୁଟିଂ କରିବେ। ଏସବୁ ମଧ୍ୟରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିଘଂମ୍‌ ଏଗେନ’ର ଅବଶିଷ୍ଟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ତାଙ୍କ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ଆଦିତ୍ୟଙ୍କ ଏହି ବିଗ୍‌ ବଜେଟ ଆକ୍ସନ୍‌ ଫିଲ୍ମର ପେପର ୱାର୍କ ଶେଷ ହେବା ପରେ ଖୁବ୍‌ଶୀଘ୍ର ଏହାର ନାମକାରଣ ରଖାଯାଇ ଫିଲ୍ମକୁ ଅଫିସିଆଲ ଭାବେ ଘୋଷଣା କରାଯିବ।

wp:embed {"url":"https://www.prameyanews7.com/ae-watan-mere-watan-trailer-release/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ae-watan-mere-watan-trailer-release/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.