ରଣବୀର ସିଂଙ୍କ ଫିଲ୍ମ ‘ସର୍କସ୍‌’ର ଟ୍ରେଲର ରିଲିଜ୍‌, ଦୀପିକା ଦେବେ ବଡ ସରପ୍ରାଇଜ୍‌

Published By : Prameya-News7 Bureau | December 04, 2022 IST

ମୁମ୍ଵାଇ ୦୪।୧୨: ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସର୍କସ୍‌’ର ଟ୍ରେଲର୍‌ ଏବେ ଟ୍ରେଣ୍ଡରେ ରହିଛି। ବାସ୍ତବରେ ଏହା ଏବେ ଇଣ୍ଟର୍‌ନେଟ୍‌ରେ ରାଜ୍‌ କରୁଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂହ । ତାଙ୍କ ସହ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌, ପୂଜା ହେଗ୍‌ଡେ, ବରୁଣ ଶର୍ମା, ଟିକୁ ତଲସାନିୟା, ଜନି ଲିଭର, ସଞ୍ଜୟ ମିଶ୍ରା ପ୍ରମୁଖ ଜଣାଶୁଣା କଳାକାର ସ୍କ୍ରିନ୍‌ ଶେୟାର କରିଛନ୍ତି । କିନ୍ତୁ ଏ ସମସ୍ତଙ୍କ ଉପସ୍ଥିତି ସତ୍ତେ୍ୱ ଜଣେ ଷ୍ଟାର୍‌ଙ୍କ ସର୍‌ପ୍ରାଇଜ୍‌ ଝଲକ୍‌ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଥିବା ଉତ୍ସାହକୁ ଶହେ ଗୁଣ ବଢ଼ାଇ ଦେଇଛି । ଫିଲ୍ମର କାହାଣୀକୁ ନେଇ ସିନେପ୍ରେମୀ ଏବେଠାରୁ ଉତ୍ସୁକ ।

କାରଣ ଟ୍ରେଲର୍‌ ଶେଷରେ ନଜର ଆସିଛନ୍ତି ବଲିଉଡ୍‌ର ଲୀଲା ଦୀପିକା ପାଦୁକୋନ । ସ୍ୱାମୀ ରଣବୀରଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି । ଏଇଟି ଏକ ନୃତ୍ୟର ଦୃଶ୍ୟ । ଟ୍ରେଲର୍‌ ରିଲିଜ୍‌ ପରଠୁ ଦୀପିକାଙ୍କ ଫ୍ୟାନ୍‌ ଆଉ ଚୁପ୍‌ ହୋଇ ବସିପାରୁ ନାହାନ୍ତି । ସୋସିଆଲ ମିଡିଆରେ କେବଳ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ୟୁଜର୍ସ ଦୀପିକ ରଣବୀରଙ୍କ ଝଲକ୍‌ ପରଦାରେ ଦେଖି ବହୁତ ଖୁସି ହୋଇଯାଇଛନ୍ତି । ଟ୍ରେଲର୍‌ର ସବୁଠୁ ଭଲ ଦୃଶ୍ୟ ଦୀପିକାଙ୍କ ଝଲକ୍‌ ବୋଲି ଫ୍ୟାନ୍‌ ଉଲ୍ଲେଖ କରିଛନ୍ତି ।

ଫିଲ୍ମ ‘ସର୍କସ୍‌’ ହେଉଛି ସେକ୍ସପିୟରଙ୍କ ନାଟକ ‘ଦ କମେଡି ଅଫ୍‌ ଏର୍‌ର୍ସ’ର ନାଟ୍ୟ ରୂପାନ୍ତର । ଆସନ୍ତା ୨୩ ତାରିଖରେ ଏଇଟି ମୁକ୍ତିଲାଭ କରିବ । ଦୀପିକା-ରଣବୀର ପ୍ରଥମ ଥର ୨୦୧୩ ମସିହାରେ ମୁକ୍ତିପ୍ରାପ୍ତ ‘ରାମ୍‌-ଲୀଲା’ ଜରିଆରେ ଏକାଠି ବଡ଼ ପରଦାରେ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଲୀଲା ଭଂସାଲି । ତା’ପରେ ଫିଲ୍ମ ‘ବାଜିରାଓ ମସ୍ତାନି’, ‘ପଦ୍ମାବତ୍‌’ ଓ କବିର ଖାନ୍‌ଙ୍କ ‘୮୩’ରେ ଉଭୟ ସ୍କ୍ରିନ୍‌ ଶେୟାର କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.