ଡିପ୍‌ଫେକ୍ ଭିଡିଓ ଭାଇରାଲ ପରେ ସାଇବର ଥାନାରେ ମାମଲା ରୁଜୁ କଲେ ରଣବୀର ସିଂହ

Published By : Prameya-News7 Bureau | April 22, 2024 IST

ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କର ଡିପ୍‌ଫେକ୍ ଭିଡିଓ ଭାଇରାଲ୍ ହୋଇଛି। ଏହି ନକଲି ଭିଡିଓରେ ରଣବୀର ଦେଶର ମହଙ୍ଗା ସ୍ଥିତି ଓ ବେରୋଜଗାରୀ ନେଇ ମୋଦୀ ସରକାରଙ୍କୁ ନିନ୍ଦା କରୁଥିବାର ଦେଖିବାକୁ ମଳିଥିଲା। ହେଲେ ଅଭିନେତା ଏକଥା ଜାଣିବା ପରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଚିନ୍ତା ବ୍ୟକ୍ତ କରିଥିଲେ। ଏଥିସହିତ ଡିପ୍‌ଫେକ୍ ଭିଡିଓରୁ ନିଜକୁ ସୁରକ୍ଷା ଦେବାକୁ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲେ। ଏବେ ରଣବୀର ଡିପ୍‌ଫେକ୍ ଭିଡିଓ ନେଇ ମୁମ୍ବାଇ ପୁଲିସର ସାଇବର କ୍ରାଇମ୍ ସେଲ୍‌ରେ ଅଭିଯୋଗ କରିଛନ୍ତି।


ନିକଟରେ ରଣବୀର ବାରାଣସୀରେ ଡିଜାଇନର ମନୀଷ ମଲହୋତ୍ରାଙ୍କ ପାଇଁ ରାମ୍ପରେ ଚାଲିଥିଲେ। ତାଙ୍କ ସହ କ୍ରୃତି ସାନନ ମଧ୍ୟ ରାମ୍ପ ୱାକ୍ କରିଥିଲେ। ଏହାପରେ ରଣବୀରଙ୍କର ନକଲି ଭିଡିଓ ଭାଇରାଲ୍ ହୋଇଥିଲେ। ଯେଉଁଥିରେ ସେ ମୋଦୀ ସରକାରଙ୍କର ସମାଲୋଚନା କରୁଥିବାର ଦେଖାଯାଉଛି। 

ନକଲି ଭିଡିଓ ଭାଇରାଲ୍ ହେଲା ପରେ ରଣବୀର ଏହାକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଡିପ୍‌ଫେକ୍ ଭିଡିଓ ବୋଲି କହିଥିଲେ। ଏଥିରୁ ଦୂରେଇ ରହିବାକୁ ସେ ୟୁଜରଙ୍କୁ ସଚେତନ କରାଇଥିଲେ। ଏହାପରେ ସାଇବର ସେଲ୍‌ରେ ମାମଲା କରାଯାଇଛି ବୋଲି ରଣବୀରଙ୍କ ପ୍ରବକ୍ତା ଏଏନ୍‌ଆଇକୁ ସୂଚନା ଦେଇଛନ୍ତି। 

ପଢ଼ନ୍ତୁ-କ’ଣ ପୁଣି ପ୍ରେମରେ ପଡିଲେ ବାଦଶାହ ? ବାରମ୍ଵାର ବିଦେଶ ଯାଇ ଏହି ଅଭିନେତ୍ରୀଙ୍କୁ ଭେଟୁଛନ୍ତି ରାପର
ଏହା ପୂର୍ବୁର ଅମୀର ଖାନ୍‌ଙ୍କ ସହ ମଧ୍ୟ ଏଭଳି ଘଟିଛି। ଅମୀରଙ୍କର ଡିପ୍‌ଫେକ୍ ଭିଡିଓ ତିଆରି କରି ରାଜନୈତିକ ପ୍ରଚାର କରାଯାଇଛି। ଯାହାକୁ ନେଇ ଅମୀରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହା ପୂର୍ବରୁ ରଶ୍ମିକା ମନ୍ଦାନା,ଆଲିଆ ଭଟ୍ଟ, ସଚିନ ତେନ୍ଦୁଲକର ଆଦି ବଡ଼ ବଡ଼ ସେଲେବ୍ରେଟିଙ୍କର ଡିପ୍‌ଫେକ୍ ଭିଡିଓ ଭାଇରାଲ୍ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.