ରିଲିଜ୍ ହେଲା ‘ସର୍କସ’ର ପ୍ରଥମ ଗୀତ ‘କରେଣ୍ଟ’, ରଣବୀର-ଦୀପିକା ଦେଖାଇଲେ ଜବରଦସ୍ତ ଡ୍ୟାନ୍ସ
9/12/2022 at 1:06 PM

ମୁମ୍ଵାଇ ୦୯।୧୨: ପ୍ରସିଦ୍ଧ ହିନ୍ଦୀ ସିନେମା ନିର୍ଦ୍ଦେଶକ ରୋହିତ ଶେଟ୍ଟୀ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସର୍କସ’ର ପ୍ରଥମ ଗୀତ’ କରେଣ୍ଟ ଲଗା ରେ ‘ମୁକ୍ତିଲାଭ କରିଛି। ସର୍କସର ଏହି ଗୀତରେ ସୁପରଷ୍ଟାର ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଯୋଡି ପରଦାରେ ଧମାଲ କରୁଥିବାର ଦେଖିବାକୁ ମିଳିଛି। ସ୍ଵାମୀ-ସ୍ତ୍ରୀଙ୍କ ଏହି ଯୋଡି ‘ସର୍କସ’ର ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି।
କମେଡି ଡ୍ରାମା ‘ସର୍କସ’ର ଏହି ଗୀତ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବୁଧବାର ଦିନ ବଲିଉଡ ଅଭିନେତା ରଣଭୀର ସିଂ ଏହି ଗୀତର ରିଲିଜ ତାରିଖ ବିଷୟରେ ସୂଚନା ଦେଇଥିଲେ। ‘ସର୍କସ’ର’ କରେଣ୍ଟ ଲଗା ରେ ‘ଗୀତ ଗୁରୁବାର ଦିନ ରିଲିଜ୍ ହୋଇଛି। ଫିଲ୍ମର ପ୍ରଥମ ଗୀତକୁ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ, ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଉପସ୍ଥିତିରେ ଓପନିଂ ହୋଇଥିଲା।
ରଣଭୀର ଏବଂ ଦୀପିକାଙ୍କ ଯୋଡି ଏହି ଗୀତକୁ ନିଆଁ ଲଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ବଲିଉଡର ଗାୟକ ନକସ୍ ଅଜିଜ ଏବଂ ଧବାନୀ ଭାନୁସାଲୀ କଣ୍ଠ ଦାନ କରିଛନ୍ତି। ଏହା ରିଲିଜ୍ ହେବା ମାତ୍ରେ ଗୀତଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କହିବାକୁ ଗଲେ କମେଡି ଡ୍ରାମାରେ ନିର୍ମିତ ଫିଲ୍ମ ‘ସର୍କସ’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଡିସେମ୍ବର ୨୩ରେ ରିଲିଜ୍ ହେବ। ରଣଭୀରଙ୍କ ସହ ବଲିଉଡ ଅଭିନେତ୍ରୀ ପୂଜା ହେଗଡେ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।