କଲେଜ ଦିନମାନଙ୍କରେ ଷ୍ଟାରବକ୍ସରେ କରୁଥିଲେ ଚାକିରୀ, ପଇସା ପାଇଁ ବଟର ଚିକେନ ବିକୁଥିଲେ ରଣବୀର ସିଂହ!

Published By : Prameya-News7 Bureau | July 06, 2022 IST

ମୁମ୍ୱାଇ ୦୬/୦୭: ନିଜର ଅଜବ ଗଜବ ଫ୍ୟାସନ ସେନ୍ସ ପାଇଁ ଚର୍ଚ୍ଚାରେ ଥାନ୍ତି ରଣବୀର ସିଂହ । ଆଜିକାଲି ସେ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ଏବଂ ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କ ସହ ଆମେରିକାରେ ଛୁଟି କାଟୁଛନ୍ତି । ଆଜି ଅଭିନେତା ପାଳୁଛନ୍ତି ତାଙ୍କର ଜନ୍ମଦିନ । ୩୭ ବର୍ଷରେ ପାଦ ଥାପିଛନ୍ତି ଏହି ଅଭିନେତା । ତେବେ ଆଜି ତାଙ୍କ ଜନ୍ମଦିନରେ ଜାଣିବା ଆସନ୍ତୁ ତାଙ୍କ ଜୀବନ କିଛି ଉତଥାନ ପତ୍ତନ ସମ୍ପର୍କରେ । କିଭଳି ସଂଘର୍ଷମୟ ଥିଲା ତାଙ୍କ ଜୀବନ ।

ସମସ୍ତେ ବୋଧହୁଏ ରଣବୀରଙ୍କ ସରନେମ କାହାଣୀ ଜାଣିଛନ୍ତି । ରଣବୀର ସିଂଙ୍କ ନାମ ରଣବୀର ଭବନାନି ଥିଲା । ଯାହାକୁ ପରେ ଅଭିନେତା ପରିବର୍ତ୍ତନ କରିଥିଲେ । ସେ ସୋନମ କପୁରଙ୍କ ମା ସୁନୀତା କପୁରଙ୍କ ପରିବାରର । ଏଭଳି ପରିସ୍ଥିତିରେ ରଣବୀର ଏବଂ ସୋନମ ପରସ୍ପରର ସମ୍ପର୍କୀୟ ଥିବା ଜଣାପଡେ ।

ସୋନମଙ୍କ ବିବାହରେ ରଣବୀର ମଧ୍ୟ ବହୁତ ମଜା କରୁଥିବା ଦେଖିବାକୁ ମିଳିଥିଲା । ତେବେ ରଣବୀରଙ୍କ ସେହି ରହସ୍ୟକୁ ଜାଣିବା , ଯାହା ଶୁଣି ଆପଣ ଚକିତ ହୋଇଯିବେ । ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ସେ ଆମେରିକାର ଇଣ୍ଡିଆନା ୟୁନିଭରସିଟିରେ ଆଡମିଶନ ନେଇଥିଲେ । ବିଶ୍ୱବିଦ୍ୟାଳୟରେ ସେ ଅଭିନୟ କ୍ଲାସ ଏବଂ ଥିଏଟର ଅଭ୍ୟାସ ଆରମ୍ଭ କରିଥିଲେ ।

ରଣବୀରଙ୍କ କଲେଜ ଦିନ ଥିଲା ବହୁତ ସଂଘର୍ଷ । ଏହି ସମୟରେ ସେ ପାର୍ଟ ଟାଇମ୍ ଜବ୍ କରିବା ଆରମ୍ଭ କରିଦେଇଥିଲେ । ଭୋଗ୍ୟୁ ରିପୋର୍ଟ ଅନୁଯାୟୀ, ରଣବୀର ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଷ୍ଟାରବକ୍ସରେ ପାର୍ଟ ଟାଇମ୍ କାମ କରିଥିଲେ । କେବଳ ଏତିକି ନୁହେଁ, ଅଧିକ ରୋଜଗାର ପାଇଁ ସେ ନିଜ ଘରେ ପ୍ରସ୍ତୁତ କରି ବଟର ଚିକେନ୍ ବିକୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.