ନ୍ୟୁଡ ଫଟୋସୁଟ୍ ମାମଲାରେ ପୋଲିସକୁ ଦୁଇ ସପ୍ତାହର ମହଲତ ମାଗିଲେ ରଣବୀର ସିଂ, ଅଗଷ୍ଟ ୨୨ରେ ହଜାର ହେବାକୁ ଥିଲା ନୋଟିସ
21/08/2022 at 5:15 PM

ନୂଆଦିଲ୍ଲୀ: ବିଦେଶୀ ମାଗାଜିନ ପାଇଁ ନ୍ୟୁଡ ଫୋଟସୁଟ କରିବା ମାମଲାରେ ପୋଲିସ ରଣବୀର ସିଂଙ୍କୁ ଜାରି କରି ଅଗଷ୍ଟ ୨୨ରେ ବୟାନ ରେକର୍ଡ କରାଇବାକୁ କହିଥିଲା । ତେବେ ଗୋଟିଏ ଦିନ ପୂର୍ବରୁ ଅଭିନେତା ରଣବୀର ସିଂ ମୁମ୍ୱାଇ ପୋଲିସ ଠାରୁ ଦୁଇ ସପ୍ତାହର ସମୟ ମାଗିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଅଭିନେତା ରଣବୀର ସିଂ ଏକ ବିଦେଶୀ ମାଗାଜିନ ପାଇଁ ନ୍ୟୁଡ ଫୋଟସୁଟ କରାଇଥିଲେ। ତେବେ ଏହାକୁ ନେଇ ବିବାଦ ବଢିବା ପରେ ମୁମ୍ୱାଇ ପୋଲିସ ତାଙ୍କୁ ନୋଟିସ ଜାରି କରିଥିଲା । କେବଳ ଏହା ନୁହେଁ ଅଭିନେତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ପୋଲିସ ନୋଟିସ ଜାରି କରି ଅଗଷ୍ଟ ୨୨ରେ ହାଜର ହୋଇ ନିଜର ବୟାନ ରଖିବା ପାଇଁ ରଣବୀରଙ୍କୁ କହିଥିଲା। ମୁମ୍ୱାଇ ପୋଲିସ ଅଭିନେତାଙ୍କୁ ନୋଟିସ ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା କିନ୍ତୁ ସେହି ସମୟରେ ସେ ଉପସ୍ଥିତ ନଥିଲେ ।
ଅନ୍ତର୍ଜାତୀୟ ମାଗାଜିନ ପାଇଁ ରଣବୀରଙ୍କ ନ୍ୟୁଡ ଫଟୋସୁଟ କରାଇଥିଲେ । ଏହି ଫୋଟ ଗୁଡିକ ସୋସିଆଲ ମିଡିଆରେ ବେଶ ବିତର୍କ ସୃଷ୍ଟି କରାଇଥିଲା । ବିଭିନ୍ନ ସଂଗଠନ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲେ। ମହିଳାଙ୍କ ସ୍ୱାଭିମାନଙ୍କୁ ଆଘାତ ଦେଇଛନ୍ତି ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରିଛନ୍ତି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଥିଲେ।
ରଣବୀରଙ୍କୁ ଫିଲ୍ମ ଉଦ୍ୟୋଗର ପୂରା ସମର୍ଥନ ମିଳିଥିଲା। ଆଲଆ ଭଟ୍ଟ, ରଣବୀର ସିଂ, ଆମିର ଖାନଙ୍କ ସହ ଅର୍ଜୁନ କପୁର ସମସ୍ତ ରଣବୀରଙ୍କ ଫଟୋସୁଟର ସମର୍ଥନ କରିଥିଲେ।