କରୋନା : ଲମ୍ବା ଚୁଟି, ଭୟଙ୍କର ଆଖି, ଆଇସୋଲେସନରେ ଏମିତି ହେଲା ରଣବୀରଙ୍କ ଅବସ୍ଥା

Published By : Prameya-News7 Bureau | March 23, 2020 IST

ମୁମ୍ବାଇ ୨୩/୦୩ : ଭୟଙ୍କର ମହାମାରୀ କରୋନା ଯୋଗୁଁ ବିଶ୍ୱର ୧୮୮ ଦେଶ ପ୍ରଭାବିତ ହୋଇଛନ୍ତି | ଏହି ମହାମାରୀ କମିବାର ନାଁ ନେଉନାହିଁ | ବରଂ ଦିନକୁ ଦିନ ଆହୁରି ଅଧିକ ବ୍ୟାପିବାରେ ଲାଗିଛି | ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ଅନେକ ରିସର୍ଚ୍ଚ ଟିମ ଓ ବୈଜ୍ଞାନିକ ଦିନ ରାତି ଉଦ୍ୟମ କରୁଛନ୍ତି | ଭାଇରସ ଭୟରେ ଅନେକ ଲୋକ ନିଜକୁ ଗୃହବନ୍ଦୀ କରିଦେଲେଣି | ଅନେକ ଦେଶରେ ସରକାର ମଧ୍ୟ ଲକଡାଉନ ଘୋଷଣା କରିଛନ୍ତି | ରାଜନେତା, ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ନିଜ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି | ସଂକ୍ରମଣ ଭୟରେ ବାହାରୁ ନାହାନ୍ତି | ରାଜନେତା ତଥା ଅନେକ ସିଲିବ୍ରିଟୀ ଏହିଭଳି ପରିସ୍ଥିତିରେ ବାହାରକୁ ନ ବାହାରି ସୁସ୍ଥ ଓ ସଚେତନ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି |

କରୋନାକୁ ନେଇ ବଲିଉଡ ଅଭିନେତା ରଣବୀର ସିଂହ ନିଜର ଚିରାଚରିତ ଅନ୍ଦାଜରେ ଏକ ମଜାଳିଆ ଫଟୋ ପୋଷ୍ଟ କରିଛନ୍ତି | ଫଟୋରେ ରଣବୀରଙ୍କ ଲମ୍ବା ଲମ୍ବା ଚୁଟି ଓ ଆଖି ଭୟଙ୍କର ଦେଖାଯାଉଛି | ଫଟୋ ସହ ସେ ଏକ କ୍ୟାପସନ ମଧ୍ୟ ଦେଇଛନ୍ତି | କ୍ୟାପସନରେ ସେ ଲେଖିଛନ୍ତି, 'ଯେତେବେଳେ ଆପଣ କ୍ଵାରେଣ୍ଟାଇନରୁ ବାହାରକୁ ଆସିବେ'

ଘରେ ବସି ଲୋକେ ନିଜ ନିଜ ଉପାୟରେ ସୋସିଆଲ ମିଡ଼ିଆରେ ସମୟ ଅତିବାହିତ କରୁଛନ୍ତି | ବର୍ତ୍ତମାନ ଯୁଗରେ ସମୟ ଅତିବାହିତ କରିବା ପାଇଁ ସୋସିଆଲ ମିଡ଼ିଆକୁ ଲୋଇ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି | ଲୋକଙ୍କ ମୁଡ଼ ଠିକ କରିବା ପାଇଁ କିଛି ଲୋକ ମଜା ମଜା କଥା ପୋଷ୍ଟ କରୁଛନ୍ତି ତ କିଏ ମଜାଳିଆ ଫଟୋ ପୋଷ୍ଟ କରି ଲୋକଙ୍କୁ ହସିବାକୁ ଚେଷ୍ଟା କରୁଛନ୍ତି | ଏହିଭଳି ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ସଚେତନ ରହିବା ପାଇଁ ଲୋକେ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି | ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଘରେ ଅଧିକ ସମୟ ବସି ପାରନ୍ତି ନାହିଁ | ରଣବୀରଙ୍କ ଏହି ପୋଷ୍ଟ ସେହିଭଳି ଲୋକଙ୍କ ପାଇଁ |

ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜନତା କର୍ଫ୍ୟୁ ଘୋଷଣା କରିଥିଲେ | ସନ୍ଧ୍ୟା ୫ଟା ରେ କରୋନା କମାଣ୍ଡୋଜଙ୍କ ପାଇଁ ତାଳି କିମ୍ବା ଘଣ୍ଟା ବଜାଇ ତାଙ୍କୁ ସମ୍ବୋଧନ କରିବାକୁ କହିଥିଲେ | ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଦେଶବାସୀ ସମର୍ଥନ କରିଛନ୍ତି | ରଣବୀର ସିଂହ ଦୀପିକାଙ୍କ ସହ କରୋନା କମାଣ୍ଡୋଜଙ୍କ ପାଇଁ ନିଜ ବାଲକାନିରେ ଛିଡା ହୋଇ ତାଳି ବଜାଇଥିଲେ | ଦୀପିକା ଘଣ୍ଟି ମଧ୍ୟ ବଜାଇଥିଲେ |

ସୂଚନାଯୋଗ୍ୟ ଯେ, ରଣବୀର ସିଂହଙ୍କ ଫିଲ୍ମ ୮୩ ଏପ୍ରିଲ ୧୦ ତାରିଖରେ ରିଲିଜ ହେବାକୁ ଥିଲା | କିନ୍ତୁ କରୋନା ପାଇଁ ରିଲିଜ ତାରିଖ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି |

ଫିଲ୍ମର ନିର୍ଦେଶନା ଦେଇଛନ୍ତି କବିର ଖାନ | ଫିଲ୍ମରେ ଦୀପିକାଙ୍କ ଅଭିନୟ କରିଛନ୍ତି | ଏହି ଫିଲ୍ମରେ ରଣବୀର ସିଂହ ପୂର୍ବତ୍ତନ କ୍ରିକେଟ ଖେଳାଳି କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି | କରନ ଜୋହରଙ୍କ ନିର୍ଦେଶିତ ତଖ୍ତରେ ମଧ୍ୟ ରଣବୀର ଅଭିନୟ କରୁଛନ୍ତି | ଏହି ଫିଲ୍ମରେ ରଣବୀରଙ୍କ ସହ ବିକି କୌଶଳ, କରିନା କପୁର, ଆଲିଆ ଭଟ୍ଟ, ଅନିଲ କପୁର ଅଭିନୟ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.