ଡନ୍ ହେବେ କି ନାହିଁ ସନ୍ଦେହରେ ରଣବୀର, ଟ୍ରୋଲିଂର ହେଉଛନ୍ତି ଶିକାର

Published By : Prameya-News7 Bureau | December 10, 2023 IST

ମୁମ୍ବାଇ ୧୦।୧୨: ଘୋଷଣା ହେବା ପର ଠାରୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ। କାରଣ ପରଦାରେ ‘ଡନ୍’  ମାନେ ଦର୍ଶକଙ୍କ ଆଖି ଆଗରେ ଭାସିଉଠେ ଅମିତାଭ ବଚ୍ଚନ । ନହେଲେ ଶାହରୁଖ ଖାନଙ୍କ ଚେହେରା। ଏବେ ଏହି ଦୁଇ ଅଭିନେତାଙ୍କ ଆଇକନିକ୍ ଚରିତ୍ରରେ କାଳେ ଦେଖିବାକୁ ମିଳିବେ ରଣବୀର ସିଂହ। ଏକଥା ଆଦୌ ପ୍ରସନ୍ଦ କରୁ ନାହାନ୍ତି ବହୁଚର୍ଚ୍ଚିତ ଏହି ଫ୍ରଞ୍ଚାଇଜିର ପ୍ରଶଂସକମାନେ। ରଣବୀରଙ୍କୁ ନାନା କଟୁ ଭାଷାରେ ସମାଲୋଚନା କରୁଛନ୍ତି ଶାହାରୁଖ ଏବଂ ଅମିତାଭଙ୍କ ପ୍ରଶଂସକମାନେ।

ସେମାନଙ୍କ କହିବା ହେଲା ରଣବୀରଙ୍କ ଯେଉଁ ଚେହେରା , ତାପ’ରେ ତାଙ୍କର ଯେଭଳି ସ୍ୱର  ସେଥିରେ ଡନ୍ ଭଳି ରଫ୍ ଆଣ୍ଡ୍ ଟଫ୍ ଚରିତ୍ରରେ ଅଭିନୟ କରିବା ରଣବୀରଙ୍କ ପକ୍ଷେ ସମ୍ଭବ ନୁହେଁ। ତେବେ ସବୁ ସମାଲୋଚନାକୁ ସମ୍ଭାଳି ନେଇ ଏହି ଚରିତ୍ରରେ ଅଭିନୟ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରଣବୀର। ସଂପ୍ରତି ଏହି ପ୍ରସଙ୍ଗରେ ନିଜ ମନୋଭବା ବ୍ୟକ୍ତ କରିଛନ୍ତି ରଣବୀର। କିଛିଦିନ ତଳେ ସାଉଦି ଆରବରେ ରେଡ୍ ସି ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ ରଣବୀର। ସେଠାରେ ଡନ୍ ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ରଣବୀର ସ୍ୱଭାବସୁଲଭ ଭଙ୍ଗୀରେ ଉତ୍ତର ଦେଇଥିଲେ ଦର୍ଶକମାନ ଏଥର ସଂପୂର୍ଣ୍ଣ ଭିନ୍ ଏକ ଡନ୍କୁ ଦେଖିବାକୁ ପାଇବେ।

ସେ କୁହନ୍ତି ତାଙ୍କୁ ଫିଲ୍ମ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ ପାଇଁ ପ୍ରସ୍ତାବ ମିଳିଥିବାରୁ ଖୁସି ଅଛନ୍ତି। କିନ୍ତୁ ପର ମୁହୂର୍ତ୍ତରେ ଭୟ ବି ଲାଗୁଛି। କାରଣ ଯଦି ସୋସିଆଲ୍ ମିଡିଆରେ ଏନେଇ ଅଧିକ ଟ୍ରୋଲ୍ର  ଶିକାର ହେବାକୁ ପଡେ ତେବେ ନିର୍ମାତା ନିର୍ଦ୍ଦେଶକଙ୍କୁ ଭିନ୍ନ ପଥ ଆପଣେଇବାକୁ ପଡିପାରେ। ହୁଏତ ପରିସ୍ଥିତି ତାଙ୍କ ବିପକ୍ଷରେ ଗଲେ ନିର୍ମାତା ବାଧ୍ୟ ହୋଇପାରନ୍ତି ତାଙ୍କ ସ୍ଥାନରେ ଆଉ କାହାକୁ ନେବା ପାଇଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.