ଗ୍ଲୋବାଲ୍ ଟିଚର୍ ୨୦୨୦ ପୁରସ୍କାରରେ ୭ କୋଟି ଟଙ୍କା ଜିତିଲେ ଭାରତୀୟ ଶିକ୍ଷକ: ୯ ଫାଇନାଲିଷ୍ଟଙ୍କୁ ଦେଲେ ପୁରସ୍କାର ରାଶିର ଅଧା

Published By : Prameya-News7 Bureau | December 05, 2020 IST

ଭାରତୀୟ ଶିକ୍ଷକଙ୍କୁ ବିଶ୍ବରେ ମିଳିଲା ସମ୍ମାନ। ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତିଲେ ବୈଶିକ ଶିକ୍ଷକ (ଗ୍ଲୋବାଲ୍‌ ଟିଚର) ୨୦୨୦ ପୁରସ୍କାର । ଜଣେ ଭାରତୀୟ ଶିକ୍ଷକଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଶିକ୍ଷକ ସମ୍ମାନ ମିଳିବା ଏହା ପ୍ରଥମ। ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ପରିଷଦ ବିଦ୍ୟାଳୟର ୩୨ ବର୍ଷ ବୟସ୍କ ଶିକ୍ଷକ ରଣଜୀତ ସିଂହ ଡିସଲେ ୭.୪ କୋଟି ଟଙ୍କା ପୁରସ୍କାର ଜିତିଛନ୍ତି। ୟୁନେସ୍କୋ ଓ ଲଣ୍ଡନ ସ୍ଥିତି ବାର୍ଫି ଫାଉଣ୍ଡେସନ୍‌ ଦ୍ବାରା ରଣଜୀତଙ୍କୁ ଗ୍ଲୋବାଲ୍‌ ଟିଚର ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନର ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ରେ ଆୟୋଜିତ ସମାରୋହ ସମ୍ପନ୍ନ ହେବା ପରେ ବିଜେତାଙ୍କ ନାଁ ଘୋଷଣା କରିଥିଲେ ପ୍ରସିଦ୍ଧ ଅଭିନେତା ଷ୍ଟିଫେନ୍‌ ଫ୍ରାଏ।

{"id":372989,"sizeSlug":"large"}

ପୁରସ୍କୃତ ହେବାପରେ ରଣଜୀତ ସିଂହ କହିଛନ୍ତି, ଶିକ୍ଷକ ହେଉଛନ୍ତି ପ୍ରକୃତ ଚେଞ୍ଜମେକର। ମୁଁ ମୋ ପୁରସ୍କାରର ୫୦ ପ୍ରତିଶତ ଅନ୍ୟ ୧୦ ଫାଇନାଲିଷ୍ଟଙ୍କୁ ସମାନ ଭାବରେ ଦେବାକୁ ଘୋଷଣା କରୁଛି ଏବଂ ଏଥିପାଇଁ ବହୁତ ଖୁସି। ମିଳିମିଶି ଆମେ ଦୁନିଆକୁ ବଦଳାଇ ପାରିବା, କାରଣ ବାଣ୍ଟିଲେ ହିଁ ବଢେ ବୋଲି ମୋର ବିଶ୍ୱାସ।

{"id":372991,"sizeSlug":"large"}

ଅନ୍ୟ ୯ଜଣ ଫାଇନାଲିଷ୍ଟ ୪୦ ଲକ୍ଷ ୫୮ ହଜାର ୯୨୦ ଟଙ୍କା ଲେଖାଏଁ ପାଇଛନ୍ତି। ରଣଜୀତ ସିଂହ କନ୍ୟା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ କ୍ୟୁଆର କୋଡ଼ ପାଠ୍ୟକ୍ରମ ଅଭିଯାନ ଯୋଗୁଁ ପୁରସ୍କୃତ ହୋଇଛନ୍ତି।

{"id":372992,"sizeSlug":"large"}

ବାର୍ଫି ଫାଉଣ୍ଡେସନ୍‌ ୨୦୧୪ରେ ଏହି ପୁରସ୍କାର ସ୍ଥାପନ କରିଥିଲା। ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ଶିକ୍ଷକଙ୍କୁ ଏହି ପୁରସ୍କାର ଦିଆଯାଏ। ତେବେ ରଣଜୀତଙ୍କୁ ଏଭଳି ଏକ ଉପଲବ୍ଧି ପାଇଁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

{"id":372993,"sizeSlug":"large"}

ପୁରସ୍କାର ଘୋଷଣା ସମୟରେ ସେ ନିଜ ମାତାପିତାଙ୍କ ପାଖରେ ବସିଥିଲେ। ନିଜ ନାଁ ଶୁଣି ସେ ଖୁସିରେ ଉତଫୁଲ୍ଲିତ ହୋଇଯାଇଥିଲେ। ପୁଅର ନାଁ ଘୋଷଣା ହେବାପରେ ତାଙ୍କ ମା ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ତାଙ୍କ ପିତା ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଡାକିଥିଲେ। ରଣଜୀତ ସିଂହଙ୍କ ପରିବାରର ଏହି ଉତ୍ସାହଜନକ ମୁହୂର୍ତ୍ତ ଲାଇଭ କ୍ୟାମେରାରେ କଏଦ ହୋଇଥିଲା। ଷ୍ଟିଫେନ୍‌ ଫ୍ରାଏ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

wp:core-embed/youtube {"url":"https://www.youtube.com/embed/GMhG1A6O7-A","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/GMhG1A6O7-A
/wp:core-embed/youtube

ଏହାପରେ ସୋସିଆଲ ମିଡ଼ିଆରେ ରଣଜୀତ ସିଂହଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଜଣେ ଆଦର୍ଶ ଶିକ୍ଷକ ଭାବେ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମହାରାଷ୍ଟ୍ର ରାଜ୍ୟପାଳ ଦୀପକ କୋସିଆରିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତେ ରଣଜୀତ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଂଗ୍ରେସ ନେତା ଶଶୀ ଥରୁର ପ୍ରତିକ୍ରିୟା ରଖି କହିଛନ୍ତି, 'ଭାରତର କି ପ୍ରେରଣାଦାୟକ କାହାଣୀ ! ଶ୍ରେଷ୍ଠ ଶିକ୍ଷକ ୭ କୋଟି ଟଙ୍କା ଜିତି ନିଜ ପୁରସ୍କାର ରାଶିର ଅଧା ବାଣ୍ଟିଦେଲେ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.