ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ରଞ୍ଜିତା, ଧରିଲେ ମନ ମଣିଷର ହାତ
29/05/2023 at 12:35 PM

ଭଦ୍ରକ ୨୯।୦୫ : ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ରଞ୍ଜିତା । ରିଲ୍ରେ ବିବାହିତ ଭାବେ ଅଭିନୟ କରୁ କରୁ ରିଅଲ ଲାଇଫ୍ରେ ବିବାହ କରିଛନ୍ତି ଟେଲି ଅଭିନେତ୍ରୀ ରଞ୍ଜିତା ସେନାପତି । ବେଶ୍ ଧୁମ୍ଧୁମରେ ସରିଛି ଅଭିନେତ୍ରୀଙ୍କ ବିବାହ ।
ଏକ ଘରୋଇ ଚ୍ୟାନେଲ୍ରେ ପ୍ରସାରିତ ମେଗା ଧାରାବାହିକରେ ତନୁଜା ଖୁଡି ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ରଞ୍ଜିତା ସେନାପତି । ଏହି ଚରିତ୍ରରେ ବିବାହିତାର ଭୂମିକାରେ ଅଭିନୟ କରୁଥିବା ବେଳେ ଏବେ ରିଅଲ ଲାଇଫ୍ରେ ବିବାହ କରିଛନ୍ତି । ବାସୁଦେବପୁର ବେତଡା ଅଞ୍ଚଳର ରଞ୍ଜିତା ଭଦ୍ରକ ବ୍ଲକ ଅଳଉତି ଅଞ୍ଚଳରେ ବିବାହ କରିଛନ୍ତି । ପ୍ରଯୋଜକ ବାପୁନୁଙ୍କୁ ବିବାହ କରିଛନ୍ତି ରଞ୍ଜିତା ।
ତେବେ ଏହି ବିବାହ ଅନୁଭୂତି ଏବେ ସିରିଏଲରେ ପ୍ରତିଫଳିତ ହେବ ବୋଲି କହିଛନ୍ତି । ପ୍ରଥମେ ପ୍ରେମ ଓ ପରେ ଉଭୟ ପରିବାରଙ୍କ ସହମତିରେ ବିବାହ କରିଥିବା କହିଛନ୍ତି ରଞ୍ଜିତା । ସେପଟେ ବାପୁନୁ କହିଛନ୍ତି ଯେ, ପୂର୍ବରୁ ବହୁ ପ୍ରଯୋଜନା କରିଛି । ଏବେ ଉଭୟଙ୍କ ଯୋଡି ନୂଆ ପ୍ରୋଜେକ୍ଟରେ କାମ କରିବେ ।
You Can Read :