କର୍ଣ୍ଣାଟକ ଜାତୀୟ ଯୁବ ମହୋତ୍ସବରେ ଓଡିଶାରୁ ପ୍ରଥମ ହେଲେ ରଣଜିତ
18/01/2023 at 11:06 PM

ଭୁବନେଶ୍ୱର: କର୍ଣ୍ଣାଟକର ହୁବଲୀଧର ୱାର୍ଡ ଠାରେ ୨୬”ତମ ଜାତୀୟ ଯୁବ ମହୋତ୍ସବ ଅବସରରେ ଭାସ୍କର୍ଯ୍ୟକଳା କ୍ଷେତ୍ରରେ ଓଡିଶାରୁ ରଣଜିତ କୁମାର ପାଣି ପ୍ରଥମ ପୁରସ୍କାର ହାସଲ କରିଛନ୍ତିl ଜାନୁଆରୀ ୧୨ ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବରେ ଭାରତର ସମସ୍ତ ରାଜ୍ୟରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେl
ଉତ୍ସବ ଅବସରରେ ଚିତ୍ରକଳା, ଭାସ୍କର୍ଯ୍ୟ କଳା, ନୃତ୍ୟ, ଗୀତ ଆଦି କାର୍ଯ୍ୟକ୍ରମରେ ଭାରତର ଯୁବ ପ୍ରତିଭା ମାନେ ଅଂଶଗ୍ରହଣ କରିଥିଲେ l ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ରଣଜିତ ଓଡିଶାର ମନ୍ଦିର, ପରମ୍ପରା, ଗ୍ରାମ୍ୟଜୀବନ ଓ ସଂସ୍କୃତିକୁ ଆଧାରକରି ଗଡ଼ିଥିଲେ ତାଙ୍କ ଭାସ୍କର୍ଯ୍ୟl ଉକ୍ତ ଭାସ୍କର୍ଯ୍ୟଟି ପ୍ରଥମ ସ୍ଥାନରେ ପୁରସ୍କୃତ ହେବାସହ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଥିଲାl
ଏବେ ଶ୍ରୀ ପାଣି ଧଉଳି ଚାରୁକଳା ମହାବିଦ୍ୟାଳୟର ଶେଷବର୍ଷର ଛାତ୍ରl କାଠ, ଟେରାକୋଟା ଓ ପଥର ମାଧ୍ୟମରେ ସେ ଭାସ୍କର୍ଯ୍ୟ ଗୁଡିକ କରିଥାନ୍ତି l ଉତ୍ସବ ଅବସରରେ ସେ ମୃଣ୍ମୟ ଭାସ୍କର୍ଯ୍ୟ ତିଆରି କରିଥିଲେ l ପ୍ରତିଯୋଗିତାରେ କର୍ଣ୍ଣାଟକର ଲୋହିତ ଏମ ହେରମାଥ ଦ୍ୱିତୀୟ ଓ ଦିଲ୍ଲୀରୁ ତନ୍ମୟ ପାଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତାରେ ରଣଜିତ ପାଣିଙ୍କୁ ଧଉଳି ଚାରୁକଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ତଥା ସମାଜସେବୀ ଶୁଶାନ୍ତ କୁମାର ସାହୂ, ଅଧକ୍ଷ୍ୟ ଚନ୍ଦନ କୁମାର ସାମଲ ଶୁଭେଚ୍ଛା ଜଣାଇଛନ୍ତି l