ରାହୁଲ ଗାନ୍ଧିଙ୍କ ବିରୋଧରେ ମୋକଦ୍ଦମା କରିବେ ସାଭରକରଙ୍କ ନାତି, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | December 15, 2019 IST

ମୁମ୍ବାଇ ୧୫।୧୨:  ସାଭରକରଙ୍କ ସମ୍ପର୍କରେ ଅଭଦ୍ର ମନ୍ତବ୍ୟ ଲାଗି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବେ ବୋଲି ରବିବାର ସାଭରକରଙ୍କ ନାତି ରଣଜିତ ସାଭରକର ଗଣମାଧ୍ୟମକୁ କହିଛନ୍ତି। ଏଥିଲାଗି ସେ ଭୋଇବାଡା ନ୍ୟାୟାଳୟରେ ମଧ୍ୟ  ଆବେଦନ କରିଥିବାର ସୂଚନା ଦେଇଛନ୍ତି। ସେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିବେ ବୋଲି ମଧ୍ୟ କହିଛନ୍ତି।

{"id":198141,"width":574,"height":321,"sizeSlug":"large"}

ସେ ଉଦ୍ଧବଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରୁ କଂଗ୍ରେସ ମନ୍ତ୍ରୀମାନଙ୍କୁ ବହିଷ୍କାର କରିବାକୁ ଲାଗି ଦାବି କରିବେ। ଯଦି ସେ କଂଗ୍ରେସ ମନ୍ତ୍ରୀଙ୍କୁ ବାହାର କରିଦେବା ପରେ ତାଙ୍କ ସରକାରକୁ କୌଣସି ପ୍ରକାର ଅସୁବିଧା ହୁଏ ତେବେ ବିଜେପି ତାଙ୍କୁ ସରକାରରେ ନିଶ୍ଚିତ ସହଯୋଗ କରିବ ବୋଲି ରଣଜିତ କହିଛନ୍ତି। ସେହିପରି ବୀର ସାଭରକରଙ୍କ ପ୍ରତି ରାହୁଲଙ୍କ ଅଭଦ୍ର ବୟାନ ବିରୋଧରେ କୌଣସି ସ୍ଥାନରେ ବିକ୍ଷୋଭ, ବିରୋଧ ପ୍ରଦର୍ଶନ ଯେପରି ନ ହୁଏ ସେଥିଲାଗି ରଣଜିତ ଲୋକଙ୍କୁ ନିବେଦନ କରିଛନ୍ତି।

{"id":198142,"sizeSlug":"large"}

ବୀର ସାଭରକର କେଉଁଠି ବି ବ୍ରିଟିଶ ସରକାରଙ୍କୁ କ୍ଷମାଯାଚନା କରିନଥିଲେ। ତେବେ ତାଙ୍କ ନାମକୁ ନିଜ ନାମ ସହ ଯୋଡି ରାହୁଲ ସାରା ଦେଶରେ ସାଭରକରଙ୍କ ଲାଗି ଥିବା ସମ୍ମାନକୁ କ୍ଷୁର୍ଣ୍ଣ କରିଥିବା ରଣଜିତ କହିଛନ୍ତି। ସୂଚନା ଯୋଗ୍ୟଯେ ରାହୁଲ ଗାନ୍ଧି ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସର ଏକ ରାଲିକୁ ସମ୍ବୋଧିତ କରି ତାଙ୍କର 'ରେପ୍ ଇଣ୍ଡିଆ' ବୟାନ ଲାଗି ସେ କେବେବି କ୍ଷମାଯାଚନା କରିବେ ନାହିଁ। କାରଣ ତାଙ୍କ ନାମ ରାହୁଲ ସାଭରକର ନୁହେଁ। ତେବେ ରାହୁଲଙ୍କ ଏହି ବୟାନ ବିଜେପି ସମେତ ମହାରାଷ୍ଟ୍ରରେ ଶିବସେନା ଓ ସାଭରକର ବିଚାରଧାରା ଲୋକଙ୍କୁ ବ୍ୟଥିତ କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.