ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ରଣଜୀ ଟ୍ରଫି: ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ ଏବଂ କର୍ଣ୍ଣାଟକ ସେମିରେ, କିଏ ହେବ ଚତୁର୍ଥ ଦଳ ?

3/02/2023 at 7:18 PM

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୨-୨୩ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେମି ଫାଇନାଲ୍‌ରେ ତିନୋଟି ଦଳ ପ୍ରବେଶ କରି ସାରିଛନ୍ତି। ପଞ୍ଜାବ ଏବଂ ସୌରାଷ୍ଟ୍ର ମଧ୍ୟରୁ କେଉଁ ଦଳ ସେମିରେ ପହଞ୍ଚିବ ତାର ଫଇସଲା ଆସନ୍ତାକାଲି ହେବ। ପ୍ରଥମ କ୍ଵାର୍ଟର ଫାଇନାଲ୍‌ରେ ପଶ୍ଚିମବଙ୍ଗ ୯ ଓ୍ଵିକେଟ୍‌ରେ ଝାଡଖଣ୍ଡକୁ ହରାଇଛି। ସେହିପରି ମଧ୍ୟ ପ୍ରଦେଶ ଚତୁର୍ଥ କ୍ଵାର୍ଟରରେ ଆନ୍ଧ୍ର ପ୍ରଦେଶକୁ ୫ ଓ୍ବିକେଟ୍‌ରେ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ତୃତୀୟ କ୍ଵାର୍ଟରରେ କର୍ଣ୍ଣାଟକ ଉତ୍ତରାଖଣ୍ଡକୁ ଇନିଂସ ଏବଂ ୨୮୧ ରନରେ  ହରାଇ ଅନ୍ତିମ ଚାରି ଦଳରେ ନିଜ ସ୍ଥାନ ସୁନିଶ୍ଚିତ କରିଛି। ଦ୍ଵିତୀୟ କ୍ଵାର୍ଟର ଫାଇନାଲ୍‌ ମୁକାବିଲା ସୌରାଷ୍ଟ୍ର ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଉଛି।

ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ପଞ୍ଜାବ ୨ ଓ୍ଵିକେଟ୍ ହରାଇ ୫୨ ରନ କରିଛି। ମ୍ୟାଚ୍‌ର ଶେଷ ଦିନରେ ପଞ୍ଜାବକୁ  ଜିତିବା ପାଇଁ ୨୦୦ ରନ ଦରକାର ଥିବା ବେଳେ ସୌରାଷ୍ଟ୍ରକୁ ଜିତିବା ପାଇଁ ଆବଶ୍ୟକ ଆଠ ଓ୍ଵିକେଟ୍। ସୌରାଷ୍ଟ୍ର ପ୍ରଥମ ଇନିଂସରେ ୩୦୩ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ପଞ୍ଜାବ ପ୍ରଥମ ଇନିଂସରେ ୪୩୧ ରନ କରିଥିଲା। ସୌରାଷ୍ଟ୍ର ଦ୍ଵିତୀୟ ଇନିଂସରେ ୩୭୯ ରନ କରି ପଞ୍ଜାବ ସାମ୍ନାରେ ୨୫୨ ର ବିଜୟ ଲକ୍ଷ୍ୟ ରଖିଛି। ପୁଖରାଜ ମାନ ୧୭ ରନ କରିଥିବାବ େଳେ ସିଦ୍ଧାର୍ଥ କୌଲ ୨ ରନ କରି ଅପରାଜିତ ଅଛନ୍ତି।

ପଞ୍ଜାବ ପାଇଁ ମୁସ୍କିଲ ବିଷୟ ପ୍ରଥମ ଇନିଂସରେ ଶତକ ଲଗାଇଥିବା ପ୍ରଭସିମରନ ସିଂ ଏବଂ ନମନ ଧୀର ଉଭୟ ପାଭିଲିୟନ ଫେରି ସାରିଛନ୍ତି। ପଞ୍ଜାବର ବ୍ୟାଟିଂ କ୍ରମକୁ ଦେଖିଲେ ଲାଗୁଛି ସୌରାଷ୍ଟ୍ରର ରଣଜୀ ଅଭିଯାନ କ୍ଵାର୍ଟର ଫାଇନାଲ୍‌ରେ ମଉଳି ଯାଇପାରେ। ଦୁଇଟି ସେମି ଫାଇନାଲ୍‌ ଫେବୃଆରୀ ୮ରେ ଖେଳାଯିବ। ପ୍ରଥମ ସେମି ଫାଇନାଲ୍‌ ପଶ୍ଚିମବଙ୍ଗ ଏବଂ ମଧ୍ୟ ପ୍ରଦେଶ ମଧ୍ୟରେ ଖେଳାଯିବ। ଦ୍ଵିତୀୟ ମୁକାବିଲା କର୍ଣ୍ଣାଟକ ଏବଂ ଦ୍ଵିତୀୟ କ୍ଵାର୍ଟର ଫାଇନାଲ୍‌ର ବିଜେତା ମଧ୍ୟରେ ଖେଳାଯିବ।

   Related Posts