Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରଣଜୀ ଟ୍ରଫି ଫାଇନାଲ: ପଡିଆରେ ଟଳିଲା ବଡ ଦୁର୍ଘଟଣା, ଅଳ୍ପକେରୁ ବର୍ତ୍ତିଲେ ଅମ୍ପାୟର ସି. ଶମସୁଦ୍ଦୀନ

10/03/2020 at 9:30 PM

ରାଜକୋଟ୍ ୧୦।୦୩: ସୌରାଷ୍ଟ୍ର ଓ ପଶ୍ଚିମବଙ୍ଗ ମଧ୍ୟରେ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍ ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ମଙ୍ଗଳବାର ଥିଲା ଖେଳର ଦ୍ଵିତୀୟ ଦିନ। ଖେଳର ସିଧା ପ୍ରସାରଣ ମଧ୍ୟ ଚାଲିଥିଲା। ହେଲେ ମ୍ୟାଚ୍ ସମୟରେ ଆଜି ଏକ ବଡ ଦୁର୍ଘଟଣା ଟଳି ଯାଇଛି। ଅମ୍ପାୟର ସି. ଶମସୁଦ୍ଦୀନ ଆଘାତ ଲାଗିବା କାରଣରୁ ପଡିଆରୁ ବାହାରକୁ ଯିବାକୁ ପଡିଛି। ବଲ୍ ସିଧା ଯାଇ ତାଙ୍କ ପେଟ୍‌ର ନିମ୍ନ ଭାଗରେ ବାଜି ଥିଲା। ମଙ୍ଗଳବାର ସକାଳେ ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ଏପରିକି ଯନ୍ତ୍ରଣା କାରଣରୁ ଦ୍ଵିତୀୟ ଦିନ ପଡିଆକୁ ଅମ୍ପାୟରିଂ କରିବାକୁ ଓହ୍ଲାଇ ନାହାନ୍ତି। ଫଳରେ ଖେଳାଳିଙ୍କୁ ଗୋଟିଏ ଅମ୍ପାୟର ସହିତ ଖେଳିବାକୁ ପଡିଥିଲା। ସି. ଶମସୁଦ୍ଦୀନଙ୍କ ଅନୁପସ୍ଥିତରେ କେଏନ ଅନନ୍ତପଦ୍ମନାଭନଙ୍କୁ ଉଭୟ ପଟୁ ଅମ୍ପାୟରିଂ କରିବାକୁ ପଡିଥିଲା।

ପଡିଆ ଅମ୍ପାୟର ଆହତ ହେବା ପରେ ପୀୟୁଷ ଖାକଡଙ୍କୁ ପଡିଆକୁ ଓହ୍ଲା ଯାଇଥିଲା। ଅନ୍ୟପଟେ ମଧ୍ୟାହ୍ନ ଭୋଜନ ପରେ ଅନନ୍ତପଦ୍ମନାଭନଙ୍କ ସ୍ଥାନରେ ସୁନ୍ଦରମ ରବିଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି  ପରି ସି ସି. ଶମସୁଦ୍ଦୀନଙ୍କୁ ଟିଭି ଅମ୍ପାୟର ଦାୟିତ୍ଵ ଦିଆଯାଇଛି।

ତୃତୀୟ ଦିନ ସି. ଶମସୁଦ୍ଦୀନଙ୍କ ସ୍ଥାନରେ ଯଶଓ୍ଵନ୍ତ ବାରଡେଙ୍କୁ ପଡିଆ ଅମ୍ପାୟାର ଭାବେ ସାମିଲ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜୟଦେବ ଉନାଦକତଙ୍କ ଅଧିନାୟକତ୍ଵରେ ସୌରାଷ୍ଟ୍ର ଦଳର ନଜର ପଶ୍ଚିମବଙ୍ଗ ବିରୋଧରେ ଘରୋଇ ପଡିଆରେ ପ୍ରଥମ ଥର ରଣଜୀ ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି।  

   Related Posts