oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଫେବ୍ରୁଆରୀ ୧୩ରୁ ରଣଜୀ ଟ୍ରଫି ! ଦୁଇଟି ପର୍ଯ୍ୟାୟରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ

29/01/2022 at 2:42 PM

ନୂଆଦିଲ୍ଲୀ, ୨୯/୦୧: କରୋନା କଟକଣାରେ ହେବ ରଣଜୀ ଟ୍ରଫି । ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବେ ଗୋଷଣା କରିଛି । ଏହାସହ ତାରିଖ ମଧ୍ୟ ପ୍ରକାଶ ପାଇଛି । ଗତବର୍ଷ କରୋନା ମହାମାରୀ କାରଣରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇପାରି ନଥିଲା । ଚଳିତ ଥର ଏହାକୁ ଜାନୁଆରୀ ୧୩ରୁ ଆରମ୍ଭ କରାଯାଇଥାନ୍ତା କିନ୍ତୁ ତୃତୀୟ ଲହରକୁ ଦେଖି ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ବିସିସିଆଇ ଫେବୃଆରୀ ୧୩ରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ଉପରେ ବିଚାର କରୁଛି । ଏହାସହ ଫର୍ମାଟରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏବେ ସମସ୍ତ ଟିମ୍‌କୁ ୫ଟି ଗ୍ରୁପରେ ଭାଗ କରାଯିବ । ସମସ୍ତ ଗ୍ରୁପରେ ୬ଟି ଟିମ୍ ରହିବେ । ଶେଷରେ ୮ଟି ଗ୍ରୁପ୍ ମଧ୍ୟରେ ମୁକାବିଲା ହେବ । ଟୁର୍ଣ୍ଣାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଆଇପିଏଲ ୨୦୨୨ ପୂର୍ବରୁ ଖେଳାଯିବ ବୋଲି ସେ କହିଛନ୍ତି ।

ବୋର୍ଡ ରଣଜୀ ଟ୍ରଫିର ଆୟୋଜନ ଦୁଇଟି ପର୍ଯ୍ୟାୟରେ କରିବ ବୋଲି ନିଷ୍ପତ୍ତି ନେଇଛି । ପ୍ରଥମ ପର୍ଯ୍ୟାୟରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ନକଆଉଟ୍ ମୁକାବିଲା ଆୟୋଜିତ ହେବ । ମାର୍ଚ୍ଚ ୨୭ରୁ ଆଇପିଏଲ ଖେଳାଯିବ । ତେଣୁ ନକଆଉଟ୍ ମୁକାବିଲା ଜୁନ ଓ ଜୁଲାଇ ମଧ୍ୟରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ପାଇଁ ଭେନ୍ୟୁ ସ୍ଥିର ହୋଇନାହିଁ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ଗାଙ୍ଗୁଲି କହିଛନ୍ତି ।

   Related Posts