ପ୍ରସିଦ୍ଧ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିରରୁ ଚୋରି

Published By : Prameya-News7 Bureau | April 23, 2022 IST

କଣ୍ଟାବାଞ୍ଜି ୨୩/୦୪: ବିଳମ୍ବିତ ରାତି ସିନ୍ଧକେଲା ଥାନା ପ୍ରସିଦ୍ଧ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିରରୁ ଚୋରି ହୋଇଛି । ଚୋର ମାନେ ସୋମେଶ୍ୱର ମନ୍ଦିରର ମୁଖ୍ୟ ଗେଟର ତାଲା ଭାଙ୍ଗି ଭିତରକୁ ପଶିଥିବା ବେଳେ ମନ୍ଦିର ଭିତରକୁ ଥିବା ହୁଣ୍ଡି ର ତାଲା ମଧ୍ୟ ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ମନ୍ଦିରରେ ଲାଗିଥିବା ସିସିଟିଭିର ହାର୍ଡଡିକ୍ସ ମଧ୍ୟ ନେଇଯାଇଥିବା ଦେଖାଯାଇଛି ।

ମନ୍ଦିର ପୂଜକ ସୋମେଶ୍ୱର ମନ୍ଦିର ଗେଟ ର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିବା ବେଳେ ମନ୍ଦିର କମିଟି ଏବଂ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ରାଣୀପୁର ଝରିଆଲର କେନ୍ଦ୍ର ଆରକୋଲୋଜି ବିଭାଗ ରକ୍ଷଣା ବେକ୍ଷଣା ଦାୟିତ୍ୱ ନେଇଥିବା ବେଳେ ୪ ସୁରକ୍ଷା କର୍ମୀ ନିୟୋଜିତ କରିଛି ।

wp:gallery {"linkTo":"none"} /wp:gallery

କିନ୍ତୁ ସୁରକ୍ଷା କର୍ମୀ ମାନେ ସବୁ ସମୟରେ ଅନୁପସ୍ଥିତ ଥିବା ଯୋଗୁ ପ୍ରାୟ ସମୟରେ କିଛି ନା କିଛି ଅଘଟଣ ଘଟୁଛି । କେତେବେଳେ ମନ୍ଦିର ମୂର୍ତ୍ତି ଭାଙ୍ଗି ଦେଉଛନ୍ତି ତ ଦୁର୍ବୃତ୍ତ କେତେ ବେଳେ ଦାନବାକ୍ସ ଭାଙ୍ଗି ଆରାମରେ ଟଙ୍କା ଚୋରି କରି ଫେରାର ହୋଇଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.