ରାନୀ ମାଗିଲେ ମନ୍ତ୍ରୀପଦ: 'ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବି'... ଆଉ କ’ଣ କହୁଛନ୍ତି ଶୁଣନ୍ତୁ

Published By : Prameya-News7 Bureau | February 09, 2020 IST

ଭୁବନେଶ୍ବର୯/୨:  ଆଇଟମ ଗାର୍ଲ ତଥା ଯାତ୍ରା କୁଇନ ରାନୀ ପଣ୍ଡା ମାଗିଲେ ମନ୍ତ୍ରୀ ପଦ। ୬ ମାସ ପାଇଁ ତାଙ୍କୁ ମନ୍ତ୍ରୀପଦ ଦିଆଗଲେ ଓଡ଼ିଶାକୁ ସୁନାର ଦେଶ କରିଦେବେ। ଚା ବିକି ପ୍ରଧାନମନ୍ତ୍ରୀ ହେଉଛନ୍ତି। ଅଭିନେତାଙ୍କୁ ନେତା କରି ଦିଆଯାଉଛି। ରାନୀ ପଣ୍ଡା ଏମିତି କଣ ନ କରି ପାରିବେ। ଯଦି କିଛି କରିବା ପାରିବେ ନାହିଁ। ତେବେ ରାନୀ ପଣ୍ଡା ଓଡ଼ିଶା ଛାଡ଼ି ଦେବେ।  ଏଭଳି ଅନେକ କଥା କହିଛନ୍ତି ରାନୀ ପଣ୍ଡା। ତାଙ୍କ ପ୍ରତି ଅନ୍ୟାୟ ହେଇଛି। ଅଶ୍ଲୀଳ ନୃତ୍ୟ ପାଇଁ ରାନୀ ପଣ୍ଡାଙ୍କୁ ଖଣ୍ଡଗିରିକୁ ମନା ହେଲା। ହେଲେ ଚଳିତ ଖଣ୍ଡଗିରି ମେଳାରେ ଯେଉଁ ଅଶ୍ଲୀଳ ନୃତ୍ୟ ହେଉଛି ତାହା କଣ ଠିକ ବୋଲି ରାନୀ ପ୍ରଶ୍ନ କରିଛନ୍ତି। ପ୍ରଶାସନଙ୍କ ଉପରେ ମୁଖ୍ୟମନ୍ତ୍ରୀ ତେବେ ସେ କାହିଁକି ଚୁପଚାପ ବସି ଦେଖୁଛନ୍ତି ବୋଲି ରାନୀ ପ୍ରଶ୍ନ କରିଛନ୍ତି। ଯଦି ତାଙ୍କୁ  ଖଣ୍ଡଗିରି ଯାତ୍ରାକୁ ବ୍ୟାନ କରାଗଲା ତେବେ ସେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବେ। ସେଥିପାଇଁ କିଛି ଲୋକ ଦାୟୀ ରହିବେ ବୋଲି ରାନୀ କହିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.