ରାନୀ ପଣ୍ଡାଙ୍କର ଏକା ଜିଦ୍ ମୋତେ ଗୋଟିଏ ରାତି ଦିଅ...

Published By : Prameya-News7 Bureau | February 10, 2020 IST

ଚଣ୍ଡିଖୋଲ୧୦/୨: ଖଣ୍ଡଗିରି ବଦଳରେ ଚଣ୍ଡିଖୋଲରେ ଜଲଓ୍ବା ଦେଖାଇଲେ ରାନୀ ପଣ୍ଡା। ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ରାନୀ ପଣ୍ଡାଙ୍କ ସମେତ ସଚ୍ଚିଦାନନ୍ଦ ଯାତ୍ରା ପାର୍ଟିକୁ ବିଏମ୍‌ସି ବ୍ୟାନ୍‌ କରିଛି। ସେଥିପାଇଁ ରବିବାରରେ ରାନୀ ପ୍ରେସମିଟ୍‌ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଥିଲେ ମୋ ପ୍ରତି ଅନ୍ୟାୟ ହୋଇଛି। ତାଙ୍କୁ କାହିଁକି ଖଣ୍ଡଗିରିକୁ ବ୍ୟାନ କରାଗଲା ବୋଲି ରାନୀ ପ୍ରଶ୍ନ କରିଥିଲେ। ବର୍ତ୍ତମାନ  ରାନୀ ପଣ୍ଡାଙ୍କୁ ନେଇ ସୋସିଆଲ ମିଡିଆ ଗରମ।

wp:html /wp:html

କିଏ କିଏ ରାନୀ ପଣ୍ଡାଙ୍କ ଯୁକ୍ତିକୁ ସମର୍ଥନ କରୁଥିବା ବେଳେ କିଏ କିଏ ତାଙ୍କୁ ବିରୋଧ ମଧ୍ୟ କରିଛନ୍ତି। ରାନୀ କହିଛନ୍ତି ଯେ ଅଶ୍ଲୀଳ ନୃତ୍ୟ ପାଇଁ ତାଙ୍କୁ ଯଦି ଖଣ୍ଡଗିରି ମନା ହେଲା ତେବେ ଅନ୍ୟ ଯାତ୍ରାର ପାର୍ଟିର ଅଶ୍ଲୀଳ ନୃତ୍ୟକୁ କାହିଁକି  ପ୍ରଶ୍ରୟ ଦିଆଯାଉଛି। ଖଣ୍ଡଗିରିରେ ରାନୀଙ୍କ କ୍ରେଜ ନାହିଁ। ହେଲେ ଯାଜପୁର ଚଣ୍ଡିଖୋଲରେ ରାନୀ ନିଜର ଦମଦାର ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି।

ରାନୀଙ୍କର ଏକା ଜିଦ୍‌ ତାଙ୍କୁ ଗୋଟିଏ ରାତି ଦିଆଯାଉ। ଖଣ୍ଡଗିରିରେ ଯାତ୍ରା ପରିବେଷଣ କରିବା ପାଇଁ ସଚ୍ଚିଦାନନ୍ଦ ପାର୍ଟି ଏବଂ ତାଙ୍କୁ ଗୋଟିଏ ରାତି ଦିଆଯାଉ ବୋଲି ବିଏମସି ଓ ପ୍ରଶାସନକୁ ରାନୀ ଅନୁରୋଧ କରିଛନ୍ତି।  ଏପରି କି ଅଶ୍ଲୀଳ ନୃତ୍ୟ ନେଇ କୋଣାର୍କ ଗଣନାଟ୍ୟ ମାଲିକଙ୍କୁ ରାନୀ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.