ହଟ୍‌ ପ୍ୟାଣ୍ଟ କି ଜିନ୍ସରେ ନୁହେଁ, ଖାଣ୍ଟି ଓଡିଆଣୀ ବେଶରେ ନଜର ଆସିବେ ରାଣୀ ପଣ୍ଡା

Published By : Prameya-News7 Bureau | July 07, 2022 IST

ଯାଜପୁର ୦୭।୦୭ :  ଯାତ୍ରା ପେଣ୍ଡାଲକୁ ପୁଣି ଫେରିବେ ରାଣୀ ପଣ୍ଡା । ୨ ବର୍ଷ ପରେ ଦର୍ଶକ ଦେଖିବେ ରାଣୀଙ୍କ ଅଭିନୟ । ଏଥର କିନ୍ତୁ ଡ୍ୟାନ୍ସ ନୁହେଁ ବରଂ କିଛି ରୂପରେ ଆସୁଛନ୍ତି ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଚଳିତ ସିଜିନ୍‌ରେ ସ୍ୱର୍ଣ୍ଣ ମହଲ ଯାତ୍ରା ପାର୍ଟିରେ ନଜର ଆସିବେ ରାଣୀ ।  

wp:html /wp:html

ତେବେ ଏଥର ହଟ୍‌ ପ୍ୟାଣ୍ଟ କି ଜିନ୍‌ସରେ ନୁହେଁ ବରଂ ଖାଣ୍ଟି ଓଡିଆଣୀ ବେଶରେ ରାଣୀଙ୍କୁ ଦେଖିବେ ଦର୍ଶକ । ଯାଜପୁର ବିଞ୍ଝାରପୁର ବ୍ଲକ ସିଂହପୁର ଆଖଡ଼ା ପୂଜା କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ରାଣୀ । ପ୍ରଯୋଜକ ମୁକ୍ତିକାନ୍ତ ସାମଲ ରାଣୀଙ୍କ ଜୀବନୀକୁ ନେଇ ଯାତ୍ରା “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” ରେ ଅଭିନୟ କରିବେ । ଏହି ନାଟକରେ ଅଭିନୟ ପାଇଁ ଅଫର ପାଇବା ପରେ ସେ ରାଜି ହୋଇଛନ୍ତି । ସବୁବେଳେ ଅଶ୍ମିଳ ଅଭିନେତ୍ରୀ ଭାବେ ରାଣୀ ପଣ୍ଡାକୁ ସମାଲୋଚନା କରୁଥିବା ଦର୍ଶକଙ୍କୁ ଏହି ଯାତ୍ରା ଦେଖିବାକୁ ସେ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.