ରାଣୀ ପଣ୍ଡା ଷ୍ଟେଜ୍‌ରେ ଦର୍ଶକଙ୍କ ଓଠକୁ ଚୁମ୍ବନ ଦେଉଥିବାର ଦୃଶ୍ୟ ଭାଇରାଲ୍‌

Published By : Prameya-News7 Bureau | February 11, 2020 IST

ଭୁବନେଶ୍ୱର ୧୧।୦୨ - ରାଣୀ ପଣ୍ଡା ଯାତ୍ରା ଜଗତର ବିବାଦୀୟ ରାଣୀ । ଅନେକ ଅଶୀଳ୍ଲତା ପାଇଁ ସେ ବାରମ୍ବାର ବିବାଦକୁ ଆସି ଥାଆନ୍ତି । ପୂର୍ବରୁ ଯାତ୍ରାରେ ଅଙ୍ଗ ପ୍ରଦର୍ଶନ ଓ ଅଶ୍ଲୀଳ ନୃତ୍ୟ ପରିବେଷଣ କରିବା ଯୋଗୁଁ ବିବାଦକୁ ଆସିଛନ୍ତି । ତାଙ୍କୁ ଏବେ ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ମେଳାରେ ନିଷେଧ କରାଯାଇଛି । ଏହାପରେ ରାଣୀ ଅଧିକ ଆକ୍ରାମକ ହୋଇଯାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ଅନ୍ୟମାନେ ଖଣ୍ଡଗିରିରେ ଅଶୀଳ୍ପ ନୃତ୍ୟ ପରିବେଷଣ କରିପାରୁଛନ୍ତି । ସମସ୍ତେ ରାଣୀ ପଣ୍ଡା ହୋଇ ପାରିବେ ନାହିଁ ବୋଲି ରାଣୀ ପଣ୍ଡା କହିଥିଲେ । ତାଙ୍କୁ ଖଣ୍ଡଗିରି ଯାତ୍ରାରେ ଗୋଟିଏ ରାତି ପାଇଁ ସୁଯୋଗ ଦେବାକୁ କହିଥିଲେ ।

wp:html /wp:html

ଆଗରୁ ଅଶୀଳ୍ଳ ନୃତ୍ୟ ପରିବେଷଣ ସହ ଯାତ୍ରା ସମୟରେ ସେ ଦର୍ଶକଙ୍କ କାନ କାମୁଡିବା ଓ ଚୁମ୍ବନ ଦେବା ଭିଡିଓ ଭାଇରାଲ୍‌ ହୋଇଥିଲା । ଏବେ ରାଣୀଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି । ଏଥିରେ ସେ ନୃତ୍ୟ ପରେ ଜଣେ ଦର୍ଶକଙ୍କ ଓଠକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି ।

ଏହାକୁ ଏକ ସାମାଜିକ ଗଣମାଧ୍ୟରେ ଅପଲୋଡ କରାଯାଇଛି । ଏହା ଗତ ବର୍ଷ ମାର୍ଚ୍ଚ ୪ ତାରିଖରେ ଅପଲୋଡ୍‌ କରାଯାଇଥିଲା । ୨୫ ଲକ୍ଷରୁ ଅଧିକ ଥର ଲୋକ ଏହାକୁ ଦେଖି ସାରିଲେଣି ।
ଏକ ନାଲି ରଙ୍ଗର ଛୋଟ ପୋଷାକ ପିନ୍ଧି ରାଣୀ ପଣ୍ଡା ଷ୍ଟେଜ ଉପରେ ନାଚିବା ପରେ ଜଣେ ଦର୍ଶକଙ୍କ ଓଠକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ଅନେକ ନାପସନ୍ଦ କରିବା ସହ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.