ମୁଁ ଝିଅ ନୁହେଁ କି ଉର୍ବଶୀ ନୁହେଁ.. ମୁଁ ରାଣୀ ପଣ୍ଡା

Published By : Prameya-News7 Bureau | May 14, 2022 IST

ଭୁବନେଶ୍ୱର ୧୪।୦୫: ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା । ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ରାଣୀ ବର୍ତ୍ତମାନ ଅନ୍ୟ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ୍‌ ମିଡିଆରେ ରାଣୀ ପଣ୍ଡାଙ୍କ ଏକ ରିଲ୍‌ ଖୁବ ଭାଇରାଲ ହେଉଛି ।

wp:html
/wp:html

ଭିଡିଓର କ୍ୟାପ୍‌ସନରେ ରାଣୀ ପଣ୍ଡାଙ୍କ ଡ୍ୟାନ୍ସ ଓ ଅଭିନୟକୁ ନେଇ ଯେତିକି ଚର୍ଚ୍ଚା ହେଉନି । ତାଠୁ ଭିଡିଓରେ ଲେଖାଥିବା କ୍ୟାପ୍‌ସନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଗୀତର କ୍ୟାପସନ୍‌ରେ ମୁଁ ଝିଅ ନୁହେଁ କି ଉର୍ବଶୀ ନୁହେଁ.. ମୁଁ ରାଣୀ ପଣ୍ଡା ବୋଲି ଲେଖାହୋଇଛି । ଯାହାକୁ ନେଇ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି । ତାଙ୍କର ଏହି ଭିଡିଓର ଜବରଦସ୍ତ ଲାଇକ୍‌ ସହ ଖୁବ୍‌ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ଫ୍ୟାନ୍ସ । ଏପିରିକି କେହି କେହି କମେଣ୍ଟ ବକ୍ସରେ 'ସୋ ବିୟୁଟିଫୁଲ୍‌' ବୋଲି ମଧ୍ୟ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.