ଯାତ୍ରା ଅଭିନେତ୍ରୀ ରାନିପଣ୍ଡାଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ; ବାଇକ୍ ଚାଳକ ଗୁରୁତର
26/11/2022 at 12:27 AM

ଆଠଗଡ଼ ୨୬/୧୧: ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିବା ଜଣାପଡ଼ିଛି। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳଖାଇ ଛକ ପାଖରେ ଏହି ସଡ଼କ ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଥିବାବେଳେ କେମିତି କାର୍-ବାଇକ୍ ମଧ୍ୟରେ ଦୁର୍ଘଟଣା ହେଲା ସ୍ପଷ୍ଟ ହୋଇନି। ଦୁର୍ଘଟଣାରେ କାର୍ର ସାମ୍ନାପଟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏନେଇ ରାଣୀ ପଣ୍ଡା କିମ୍ବା ପୋଲିସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।