ଅନେକ ବର୍ଷ ପରେ ପୁଣି ପରଦାରେ ଧମାଲ କରିବେ ରାଣୀ ଓ ଅଭିଷେକ
5/06/2019 at 11:32 AM

ମୁମ୍ବାଇ୫|୬: ଅନେକ ଦିନ ପରେ ବଲିଉଡର ଦୁଇ ଜଣ ଦମଦାର ଷ୍ଟାରଙ୍କୁ ଏକା ସହ ପରଦାରେ ଦେଖିବାକୁ ମିଳିବ। ଦୀର୍ଘ ୧୨ ବର୍ଷ ପରେ ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ଓ ଅଭିନେତ୍ରୀ ରାଣୀ ମୁଖାର୍ଜୀ ପୁଣିଥରେ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି।ଉଭୟଙ୍କ ଯୋଡି ଦର୍ଶକ ବିଗତ ଦିନରେ ବେଶ ପସନ୍ଦ କରୁଥିଲେ। ଏବେ ପୁଣି ଥରେ ଉଭୟ ପରଦାରେ ଧମାଲ କରିବେ।

୨୦୦୫ ମସିହାରେ ରିଲିଜ ହୋଇଥିବା “ବଣ୍ଟି ଔର ବବ୍ଲି” ଚଳଚ୍ଚିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଫିଲ୍ମ ବ୍ୟତୀତ ସିନେମାରେ ଥିବା ଗୀତ ଗୁଡିକ ମଧ୍ୟ ହିଟ୍ ହୋଇଥିଲା। ସୂଚନାଯୋଗ୍ୟ ଯେ, ବଣ୍ଟି ଓର ବବ୍ଲିର ପାର୍ଟ-୨ର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।’ବଣ୍ଟି ଔର ବବଲୀ ଏଗେନ’ର ଶୁଟିଂ ଆଗାମୀ ମାସରୁ ଆରମ୍ଭ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଜିମ୍ମା ଶାଦ ଅଲ୍ଲୀ ବହନ କରିଛନ୍ତି।

ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଅଫ ସ୍କ୍ରିନ କେମେଷ୍ଟ୍ରି ବିଷୟରେ ଖୁବ୍ ଚର୍ଚ୍ଚା ହେଉଥିଲା। କିନ୍ତୁ କିଛି ବ୍ୟକ୍ତିଗତ କାରଣ ପାଇଁ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ପରସ୍ପରଠୁ ଅଲଗା ହୋଇଥିଲେ। । ପରେ ସବୁ ଚର୍ଚ୍ଚାକୁ ପଛରେ ପକାଇ ଅଭିଷେକ ଐଶ୍ଚର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ ଓ ରାଣୀ ଆଦିତ୍ୟ ଚୋପଡାଙ୍କ ହାତ ଧରିଥିଲେ। ଏବେ ରାଣୀ ମୁଖାର୍ଜୀ ‘ମର୍ଦ୍ଦାନୀ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତିା