ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଐଶ୍ଵର୍ଯ୍ୟା-ଅଭିଷେକଙ୍କ ଓ୍ଵେଡିଂରେ କାହିଁକି ନିମନ୍ତ୍ରିତ ନଥିଲେ ରାଣୀ ମୁଖାର୍ଜୀ, ଖୁଲାସା କଲେ ଅଭିନେତ୍ରୀ…

14/03/2023 at 10:04 AM

ମୁମ୍ବାଇ; ବଲିଉଡର ଚର୍ଚ୍ଚିତ ବିବାହ ସମାରୋହ ମଧ୍ୟରୁ ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟଙ୍କ ବିବାହ ସମାରୋହ ଅନ୍ୟତମ । ଏହି ଦମ୍ପତ୍ତି ୨୦୦୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେହି ସମୟରେ ଉଭୟଙ୍କ ବିବାହ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଗ୍ରାଣ୍ଡ ବିବାହ ସମାରୋହରେ ସମସ୍ତ କଳାକାର ସାମିଲ ହୋଇଥିଲେ ମଧ୍ୟ ଏଥିରୁ ବାଦ ପଡିଥିଲେ ରାଣୀ ମୁଖାର୍ଜୀ । ଉଲ୍ଲେଖନୀୟ ବଲିଉଡରେ ରାଣୀ ମୁଖାର୍ଜୀ ଏବଂ ଅଭିଷେକ ବଚ୍ଚନ ପରସ୍ପରକୁ ଡେଟ୍ କରୁଥିଲେ। ଏହି କାରଣରୁ ରାଣୀଙ୍କୁ ଉକ୍ତ ବିବାହ ସମାରୋହକୁ ନିମନ୍ତ୍ରିତ କରାଯାଇନଥିବା କୁହାଯାଇଥିଲା।

କାହିଁକି ଏହି ବିବାହ ସମାରୋହରେ ସାମିଲ ହୋଇନଥିଲେ ସେ ନେଇ ନିଜେ ଖୁଲାସା କରିଥିଲେ ରାଣୀ । ସେ କହିଛନ୍ତି ଯେ ୨୦୦୩ରେ ଫିଲ୍ମ ‘ଚଲତେ ଚଲତେ’ରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ ଐଶ୍ୱର୍ଯ୍ୟାଙ୍କ ସ୍ଥାନ ନେଇଥିଲେ । ସେବେ ଠାରୁ ଦୁହିଁଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଐଶ୍ୱର୍ଯ୍ୟା-ଅଭିଷେକଙ୍କ ବିବାହରେ କାହିଁକି ଯୋଗ ଦେଇନଥିଲେ, ସେନେଇ ରାଣୀ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ । ସେ କହିଥିଲେ, “ତୁମେ ଏହି ପ୍ରଶ୍ନ ମୋତେ ନୁହେଁ ବରଂ ଅଭିଷେକଙ୍କୁ ପଚାର, କାରଣ ସେ କେବଳ ତୁମକୁ ସଠିକ୍ ଉତ୍ତର ଦେଇ ପାରିବେ। ମୁଁ ଭାବୁଥିଲି ଯେ ମୁଁ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କର ଜଣେ ଭଲ ବନ୍ଧୁ, କିନ୍ତୁ ଯେତେବେଳେ ମୋତେ ବିବାହ ନିମନ୍ତ୍ରଣ କରାଯାଇ ନଥିଲା, ସେତେବେଳେ ମୁଁ ଅନୁଭବ କଲି ଯେ ବନ୍ଧୁତା କେବଳ କାମ ଯାଏଁ ସୀମିତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ପସନ୍ଦ ଅଛି ଏବଂ ସେ ବିବାହରେ କାହାକୁ ନିମନ୍ତ୍ରଣ କରିବେ ଏବଂ ନକରିବେ ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। କିନ୍ତୁ ଏଥିରୁ ଜଣା ପଡିଥିଲା ଯେ ଐଶ୍ ଏବଂ ଅଭିଷେକ ତାଙ୍କ ଜୀବନରେ ଭଲ ବନ୍ଧୁ ନଥିଲେ କେବଳ ଜଣେ ସହ-ଅଭିନେତ୍ରୀ ଥିଲେ। ଆଗାମୀ ଦିନରେ ରାଣୀ ‘ମରଦାନୀ-୩’ ରେ ନଜର ଆସିବାକୁ ଥିବା ବେଳେ ଏବେ ତାଙ୍କର ଏହି ପୁରୁଣା ମନ୍ତବ୍ୟ ସଂପ୍ରତି ଭାଇରାଲ୍ ହେବାରେ ଲାଗିଛି ।

   Related Posts