scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ମର୍ଦ୍ଦାନି-୩’ରେ ପୁଣି ରାଣୀ ମୁଖାର୍ଜୀ, ଫିଲ୍ମକୁ ନେଇ କଲେ ଖୁଲାସା

1/09/2023 at 11:28 AM

ମୁମ୍ଵାଇ ୦୧।୦୯: ୟଶରାଜ୍‌ ଫିଲ୍ମସ ବ୍ୟାନର୍‌ରେ ପ୍ରସ୍ତୁତ ହେବ ‘ମର୍ଦ୍ଦାନି-୩’ । ନିକଟରେ ଏହାର ଖୁଲାସା କରିଥିଲେ ରାଣୀ ମୁଖର୍ଜୀ । ଫିଲ୍ମର କାହାଣୀ ଉପରେ ପ୍ରଡକ୍ସନ୍‌ ହାଉସ୍‌ କାମ କରୁଥିବା କଥା ସେ କହିଥିଲେ । ନିଜର ଏକମାତ୍ର ବ୍ଲକ୍‌ବଷ୍ଟର ଫ୍ରାଞ୍ଚାଇଜି ‘ମର୍ଦ୍ଦାନି’ରେ ରାଣୀ ଜଣେ ନିର୍ଭୀକ ପୁଲିସ ଅଫିସର ଶିବାନୀ ଶିବାଜୀ ରୟ ଭୂମିକା ନିର୍ବାହ କରଛନ୍ତି । ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଅପରାଧୀଙ୍କୁ ସେ ଧରୁଥିବା ପୂର୍ବ ଦୁଇ ଫିଲ୍ମରେ ପ୍ରଦର୍ଶିତ ହୋଇଥିଲା । ‘ମର୍ଦ୍ଦାନି-୩’ରେ ମଧ୍ୟ ମହିଳାଙ୍କ ଉପରେ ଫିଲ୍ମଟି ପର୍ଯ୍ୟବସିତ ହେବ ।

ଏଥର କିନ୍ତୁ ନାରୀ ସଶକ୍ତୀକରଣ କାହାଣୀ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ରାଣୀ କହିଛନ୍ତି । ପରଦାରେ ପୁଣି ଥରେ ଶିବାନୀ ଭୂମିକା ନିର୍ବାହ କରିବାକୁ ସେ ଖୁବ୍‌ ଉତ୍ସାହିତ ଅଛନ୍ତି । ‘ମର୍ଦ୍ଦାନି-୨’ ନିର୍ମାଣ ସମୟରେ ରାଣୀ ଖୁବ୍‌ ନର୍ଭସ୍‌ ଥିଲେ, କାରଣ ଏହା ପୂର୍ବରୁ ସେ କେବେ ସିକ୍ୱେଲ କରିନଥିଲେ । ତା’ପରେ ଶିବାନୀ ଚରିତ୍ର ତାଙ୍କ ରକ୍ତରେ ଜାଗା କରିନେଲା । ଏବେ ସେ ଏହାକୁ ପୁଣିଥରେ ପରଦାରେ ଉତାରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

   Related Posts