ରାନୀଙ୍କୁ କିସ୍ କଲା ବେଳେ ଡରି ଯାଇଥିଲେ ସୈଫ୍ ଅଲ୍ଳୀ ଖାନ୍ , କହିଥିଲେ -'ସିନେମା ଜଗତର ସବୁଠାରୁ ଖରାପ କିସିଙ୍ଗ୍‌ ସିନ୍‌ ଥିଲା'...

Published By : Prameya-News7 Bureau | November 18, 2021 IST

ନୂଆଦିଲ୍ଳୀ ୧୮।୧୧ : ବଲିଉଡ୍‌ ନବାବ୍‌ ସୈଫ୍‌ ଅଲୀ ଖାନ ଓ ରାନୀ ମୁଖାର୍ଜୀଙ୍କ ବହୁତ କମ୍‌ ଫିଲ୍ମରେ ଏକାଠି ନଜର ଆସିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ପରଦାରେ ଏକ ସାଥୀରେ ନଜର ଆସିଛନ୍ତି, ଧମାଲ କରିଛନ୍ତି । ସେମାନଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରନ୍ତି। ବହୁତ ବର୍ଷ ପରେ ଦୁଇ ଜଣ ପୁଣି ଏକାଠି ସ୍କ୍ରିନ୍‌ ସେୟାର କରିଛନ୍ତି। ଫିଲ୍ମ ‘ବଣ୍ଟି ଔର୍‌ ବବ୍‌ଲି ୨’ରେ ସୈଫ୍‌ ଓ ରାଣୀ ଏକାଠି କାମ କରିଛନ୍ତି। ଏହି ଫିଲ୍ମର ପ୍ରମୋଶନ ସମୟରେ ଦୁହେଁ କିଛି କଥା ଖୁଲାସା କରିଛନ୍ତି।

ଏ ବିଷୟରେ ରାନୀ ଏବଂ ସୈଫ୍‌ ୟଶରାଜ ଫିଲ୍ମର ଏକ ୟୁଟ୍ୟୁବ୍‌ ଭିଡିଓରେ ରିଲିଜ୍‌ କରାଯାଇଥିଲା । ସେଠାରେ ରାନୀ ମୁଖାର୍ଜୀ, ସୈଫ୍‌ ଅଲୀ ଖାନଙ୍କୁ ପ୍ରଶ୍ନ କରୁଛନ୍ତି। ସେ ପଚାରୁଛନ୍ତି, ‘ତୁମର ମନେ ଅଛି କି କିସିଙ୍ଗ୍‌ ସିନ କରିବା ପୂର୍ବରୁ ଆମେ କେତେ ଡରି ଯାଇଥିଲୁ’। ତେବେ କାହିଁକି ଏମିତି ଅସହଜ ବୋଧ ମନେ କଲ ଦର୍ଶକଙ୍କୁ କୁହ। ଏହା ପରେ ସୈଫ୍‌ କହିଥିଲେ, ମୋତେ ପଚାରନି କାହିଁକି କିନ୍ତୁ ଡାଇରେକ୍ଟର କହିବାରୁ ମୁଁ ଏହି ସିନ୍‌ କରିଥିଲି। ଏହା ସହ ସୈଫ୍‌ କହିଛନ୍ତି ‘ମୋର ମନେ ଅଛି କି, ଏହି ସଟ୍‌କୁ ନେଇ ତୁମେ କେତେ ଅଧିକ ଡରି ଯାଇଥିଲ’। ଯେତେବେଳେ ରାନୀ ତାଙ୍କୁ କହିଥିଲେ ଯେ ସେ ଏହି ସିନ୍‌ ପାଇଁ ନିର୍ଦ୍ଦେଶକଙ୍କୁ ମନା କରି ଦିଅ ହେଲେ ସୈଫ୍‌ ଏହା କରି ପାରିବେ ନାହିଁ ବୋଲି କହିଥିଲେ। ଏହା ସିନେମା ଜଗତ ଇତିହାସର ସବୁଠାରୁ ଖରାପ କିସିଙ୍ଗ୍‌ ସିନ୍‌ ଥିଲା ବୋଲି କହିଛନ୍ତି । ଏହା ବହୁତ ଅସହଜ ଥିଲା। ମୁଁ ଏତେ ଅସହଜ ହୋଇ ଯାଇଥିଲି କି, କାହିଁକି ନା, ରାନୀ ବହୁତ ଅସହଜ ଥିଲେ’।

ସୂଚନାଥାଉ କି, ୨୦୦୫ରେ ଆସିଥିବା ଅଭିଷେକ ବଚ୍ଚନ ଓ ରାନୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ଔର୍ ବବ୍‌ଲି’ର ସ୍ୱିକ୍ୱେଲ ‘ବଣ୍ଟି ଔର୍ ବବ୍‌ଲି ୨’ ଖୁବ୍‌ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଏହାର ଟ୍ରେଲରକୁ ରିଲିଜ୍ କରି ଦିଆଯାଇଛି। ଏହି ଫିଲ୍ମରେ ଅନେକ କିଛି ପରିବର୍ତ୍ତନ କରାଯାଇଛି, ଯାହାକି ଟ୍ରେଲର ଦେଖିବା ପରେ ହିଁ ଜଣାପଡ଼ିଛି। ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାନୀ ମୁଖାର୍ଜୀ ଜଣେ ଜଣଙ୍କର କ୍ରାଇମ୍ ପାର୍ଟନର ଥିଲେ। ବର୍ତ୍ତମାନ ସେହି କ୍ରାଇମ୍ ପାର୍ଟନର ପରସ୍ପରର ସାଥୀ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଖାସ୍ କଥା ହେଉଛି କି, ଏଥର ଫିଲ୍ମରେ ବଣ୍ଟି-ବବ୍‌ଲି ଟିମ୍ଅପ ପାଇଁ ସୈଫ୍ ଓ ରାନୀ ନୁହନ୍ତି, ବରଂ ସିଦ୍ଧାନ୍ତ ଓ ଶରବରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଅର୍ଥାତ୍ ଫିଲ୍ମରେ ବଣ୍ଟି ଓ ବବ୍‌ଲି ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ଓ ଶରବରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.