suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ଝାନସୀ ରାଣୀ’ କଂଗ୍ରେସର ପ୍ରଚାର ଅସ୍ତ୍ର : ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତି ସିନ୍ଧିଆ ରାଜବଂଶର ବିଶ୍ୱାସଘାତକତା ହେବ ମୁଖ୍ୟ ପ୍ରସଙ୍ଗ

3/10/2020 at 10:15 PM

ଭୋପାଳ, ୦୩ ।୧୦:   ମଧ୍ୟପ୍ରଦେଶର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । କେତେବେଳେ କେଉଁ ପ୍ରସଙ୍ଗରେ ଶାସକ ବିଜେପି ଓ ବିରୋଧି କଂଗ୍ରେସ ମୁହାଁମୁହିଁ ହେଉଛନ୍ତି ତାହା ଅନୁମାନ ଲଗାଇବା କଷ୍ଟକର । ଏବେ ମହିଳା ସ୍ୱାଧିନତା ସଂଗ୍ରାମୀ ତଥା ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି । ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ କଂଗ୍ରେସକୁ ସମାଲୋଚନା କରିବା ପାଇଁ ଖୋରାକ ମିଳିଯାଇଛି ।

ରାଣୀ ଲକ୍ଷ୍ମୀବାଈ ୧୮୫୭ରେ ହୋଇଥିବା ସିପାହୀ ବିଦ୍ରୋହରେ ଅଂଶ ଗ୍ରହଣ କରିଥିଲେ । ସେ ଇଂରେଜଙ୍କ ବିରୋଧରେ ଲଢି ବଳୀଦାନ ଦେଇଥିଲେ । ତେବେ ସେହି ସମୟରେ ସିନ୍ଧିଆ ପରିବାର ଝାନସୀ ରାଣୀ ଲକ୍ଷ୍ନୀବାଈଙ୍କ ବିରୋଧରେ ଥିବା କୁହାଯାଏ । ଏହି ପ୍ରସଙ୍ଗରେ କଂଗ୍ରେସ ନେତା କହିଛନ୍ତି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ବିଜେପିରେ ଅଛନ୍ତି । ଫଳରେ ରାଣୀ ଲକ୍ଷ୍ମୀବାଈ ପ୍ରସଙ୍ଗରେ ସିନ୍ଧିଆଙ୍କୁ ଅଧିକ ଟାର୍ଗେଟ୍ କରାଯିବ ।

ଐତିହାସିକଙ୍କ କହିବାନୁସାରେ, ସିନ୍ଧିଆ ପରିବାର ରାଣୀ ଲକ୍ଷ୍ମୀବାଈଙ୍କୁ ବିରୋଧ କରିବା ସହ ପ୍ରତାରଣା ଦେଇଥିଲା। ୧୮୫୭ରେ ସିନ୍ଧିଆ ପରିବାର ରାଣୀଙ୍କ ବିରୋଧରେ ବ୍ରିଟିଶ ସହ ହାତ ମିଳାଇଥିଲେ । ଯାହା ୧୬୩ ବର୍ଷ ପୂର୍ବେ ହୋଇଥିଲା । ଏହାପରେ ସିନ୍ଧିଆ ପରିବାର ବିଭିନ୍ନ ସମୟରେ ବିଜେପି, ଜନ ସଙ୍ଘ ଓ କଂଗ୍ରେସ ଆଦି ଦଳରେ ଅଛନ୍ତି । ତେବେ ଏବେ ସମ୍ପୂର୍ଣ୍ଣ ସିନ୍ଧିଆ ପରିବାର ବିଜେପିରେ ସାମିଲ ଅଛି । ଜ୍ୟୋତିରାଦିତ୍ୟଙ୍କ ବ୍ୟତୀତ ବସୁନ୍ଧରା ରାଜେ ଓ ଯଶୋଧାରା ରାଜେ ଏବେ ବିଜେପିରେ ।

ଗତ ଉପ ନିର୍ବାଚନରେ ମଧ୍ୟପ୍ରଦେଶ କଂଗ୍ରେସ ଗ୍ୱାଲିଅରରେ ଲକ୍ଷ୍ମୀବାଈଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବ ବୋଲି ଘୋଷଣା କରିଛି । ଉପ ନିର୍ବାଚନ  ଆସନ୍ତା ନଭେମ୍ବର ୩ରେ ଅନୁଷ୍ଠିତ ହେବ ।ଶୁକ୍ରବାର ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗଣମାଧ୍ୟମକୁ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଗ୍ୱାଲିଅର ଯାଇଥିଲେ ସୁଦ୍ଧା ରାଣୀ ଲକ୍ଷ୍ମୀବାଈଙ୍କ ସମାଧିକୁ ଯାଇନଥିଲେ । ତେବେ କଂଗ୍ରେସ ଏହି ଅଭିଯୋଗକୁ ମିଛ ସାବ୍ୟସ୍ତ କରିବା ସହ ଫଟୋ ଦେଖାଇ ପ୍ରମାଣିତ କରିଥିଲା । ତେବେ ବିଜେପି କଂଗ୍ରେସର ରଣନୀତିର କିପରି ମୁକାବିଲା କରିବ ତାହା ଆଗକୁ ହିଁ ଜଣାପଡିବ ।

   Related Posts