scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ଏମକେସିଜି ମେଡିକାଲ କ୍ୟାମ୍ପସରେ ରାଗିଂ ! ପୀଡ଼ିତ ଛାତ୍ରଙ୍କ ଟୁଇଟ୍ ପରେ କଲେଜ୍ କର୍ତ୍ତୃପକ୍ଷ ଓ ପୋଲିସ ତତ୍ପର

12/02/2024 at 8:52 PM

ବ୍ରହ୍ମପୁର: ପୁଣି ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ।  ପୀଡିତ ଛାତ୍ରଙ୍କ ପକ୍ଷରୁ ଅଭିଯୋଗ ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଘଟଣା ଥାନାକୁ ଯାଇଥିବା ବେଳେ ପୁଲିସ ମଧ୍ୟ ଆରମ୍ଭ କରିଛି ତଦନ୍ତ।

ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗତ ଶୁକ୍ରବାର ରାତିରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଏମବିବିଏସ ଛାତ୍ରଙ୍କୁ କ୍ୟାମ୍ପସ ଭିତରେ ମାଡ ମରାଯାଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ବାଲେଶ୍ୱର ନିବାସୀ ତଥା ଏମକେସିଜି ମେଡ଼ିକାଲ କଲେଜର ଏମବିବିଏସ ପ୍ରଥମ ବର୍ଷ ଛାତ୍ର ରୁଦ୍ର ରାଉତ ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡପାର୍ଟି ଅଭ୍ୟାସ କରିବାକୁ ଯାଇଥିଲେ ।  ଅଭ୍ୟାସ ସରିବା ପରେ ୨ ଜଣ ସିନିୟର ଛାତ୍ରଙ୍କ ଅନୁରୋଧ ପ୍ରକାରେ ରୁଦ୍ର ଉଭୟଙ୍କୁ ନେଇ ପୁଲିସ ଫାଣ୍ଡି ନିକଟରେ ଛାଡିଥିଲେ । ହେଲେ କୌଣସି କାରଣରକୁ ନେଇ ସେଠାରେ ଉପସ୍ଥିତ ଥିବା ଏମବିବିଏସ ୪ର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ଛାତ୍ର ରୁଦ୍ରଙ୍କୁ ମାଡ ମାରିଥିଲେ । ଆକ୍ରମଣ ଯୋଗୁ ରୁଦ୍ର ଚେତାଶୂନ୍ୟ ହୋଇଯାଇଥିଲେ ।

Also read- ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଘଟଣାକୁ ନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ସିନିୟର ଛାତ୍ରଙ୍କ ଦ୍ବାରା ସେ ରାଗିଂର ଶିକାର ହୋଇଛନ୍ତି ବୋଲି ଟୁଇଟ ଯୋଗେ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଏସପି, ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶୁକ୍ରବାର ରାତିରେ ଜଣେ ଛାତ୍ରଙ୍କୁ ଆକ୍ରମଣ ଓ ରାଗିଂ ହୋଇଥିବା ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ପକ୍ଷ ସ୍ୱୀକାର କରିଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି କଲେଜ ଅଧକ୍ଷ ତଥା ଡିନ ପ୍ରଫେସର ସନ୍ତୋଷ ମିଶ୍ର କହିଛନ୍ତି । ଆଣ୍ଟି ରାଗିଙ୍ଗ ଟିମ ଏ ଉପରେ ତଦନ୍ତ କରି ଯେଉଁ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜ ଡିନ କହିଛନ୍ତି।

ବୈଦ୍ୟନାଥପୁର ଥାନାରେ ହୋଇଥିବା ଅଭିଯୋଗ କ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ ପି ରମେଶ ଚନ୍ଦ୍ର ସେଠୀ। ବାସ୍ତବରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଛନ୍ତି ନା ଅନ୍ୟ କୌଣସି କାରଣ ଯୋଗୁଁ ମାଡ଼ ମାରିଛନ୍ତି ତାହାର ତଦନ୍ତ ପରେ ହିଁ ଜଣାପଡିବ ବୋଲି ଆଶା କରାଯାଉଛି।

   Related Posts